ଦୀପ-ବୀରଙ୍କ ବିବାହ ପାଇଁ ଆଜି ଝଲସୁଛି କୋମୋ ହ୍ରଦ

0

ମୁମ୍ବଇ : ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର ଏବଂ ଦୀପିକା ୧୪ ନଭେମ୍ବର ଅର୍ଥାତ୍ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହର ପ୍ରସ୍ତୁତି ଇଟାଲୀର କୋମୋ ହ୍ରଦ ଠାରେ ଆରମ୍ଭ ହୋଇସାରିଛି। ଦୁହିଁଙ୍କ ବିବାହ ଆଜି କୋଙ୍କଣି ପରମ୍ପରା ଏବଂ ଆସନ୍ତାକାଲି ସିନ୍ଧୀ ପରମ୍ପରା ଅନୁସାରେ ସମ୍ପନ୍ନ ହେବ ।

ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଦୁଇ ପରିବାରର ସଂପର୍କୀୟ ଇଟାଲୀରେ ପହଞ୍ଚି ସାରିଛନ୍ତି। ବିବାହର ସ୍ଥାନ ଓ ପରିବେଶ ଅତିବ ମନୋରମ। ଖବର ଅନୁସାରେ ଏହି ସ୍ଥାନ ରଣବୀର ଏବଂ ଦୀପିକାଙ୍କ ପାଇଁ ସଂପୂର୍ଣ୍ଣ ଭାବେ ବୁକ୍ କରାସରିଛି।

ଇଟାଲୀର ଏହି ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ବଗିଚାରେ ଅତିଥିଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ପ୍ରସ୍ତୁତ କରାଯାଇଛି।

Comments
Loading...