ସରିଲା ଦୀପ-ବୀରଙ୍କ ତୃତୀୟ ରିସେପସନ୍ ପାର୍ଟି : ମୁଖ୍ୟ ଆକର୍ଷଣ ଥିଲା ବିଗ୍ ବିଙ୍କ ନୃତ୍ୟ

0

ମୁମ୍ବଇ: ବଲିଉଡର ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂହ ମୁମ୍ବଇର ହୋଟେଲ ଗ୍ରାଣ୍ଡ ହୟାତରେ ତାଙ୍କ ବିବାହର ତୃତୀୟ ରିସେପସନ୍ ପାର୍ଟି ଦେଇଛନ୍ତି। ଏହି ପାର୍ଟିରେ ବଲିଉଡର ପ୍ରାୟ ସମସ୍ତ କଳାକାର ଯୋଗ ଦେଇଥିଲେ।

କେବଳ ବଲିଉଡ଼ ନୁହେଁ କ୍ରିକେଟ ଜଗତରୁ ମଧ୍ୟ ଅନେକ ନାମୀ ଦାମୀ ତାରକା ଯୋଗ ଦେଇଥିଲେ। ସଚ୍ଚିନ ତେନ୍ଦୁଲକର ତାଙ୍କ ପରିବାର ସହ ପହଞ୍ଚିଥିବା ବେଳେ କପିଲ୍ ଦେବ ମଧ୍ୟ ପତ୍ନୀଙ୍କ ସହ ଏହି ପାର୍ଟିରେ ପହଞ୍ଚିଥିଲେ।

ପାର୍ଟିର ମୁଖ୍ୟ ଆକର୍ଷଣ ସାଜିଥିଲେ ବିଗ୍ ବି। ଅମିତାଭ ପାର୍ଟିରେ ରଣବୀର ସିଂହଙ୍କ ସହ ନୃତ୍ୟ କରୁଥିବାର ନଜର ଆସିଥିଲେ। ବଲିଉଡ ବାଦଶାହ ଶାହାରୁଖ ଖାନ ବିଳମ୍ବିତ ରାତିରେ ପହଞ୍ଚି ଦୀପବୀରଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ବିଶାଳ ରିସେପ୍ସନ ପାର୍ଟିର କିଛି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

Leave A Reply