ଏହି ଘରେ ରହିବେ ଦୀପ-ବୀର

0

ମୁମ୍ବଇ : ବଲିଉଡ଼ର ନବବିବାହିତ ଦମ୍ପତି ଦୀପ-ବୀରଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଆସିବା ପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସିନେ ତାରକାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ଦୁହେଁ ଇଟାଲୀର କୋମୋ ହ୍ରଦ ସ୍ଥିତ ଡେଲ୍‍ ବାଲବିୟାନେଲୋ ଭିଲାରେ ବିବାହ କରିଥିଲେ। ତେବେ ନବବଧୁଙ୍କ ସ୍ୱାଗତ ପାଇଁ ମୁମ୍ବଇରେ ଖୁବ୍‍ ଜୋରରେ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଏହି ପ୍ରସ୍ତୁତିର ଫଟୋଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଫଟୋରେ ଦେଖିବାକୁ ମିଳିଛି, ବିବାହ ପରେ ଦୀପିକା ଓ ରଣବୀର ମୁମ୍ବଇ ସ୍ଥିତ ଯେଉଁ ଘରକୁ ଆସିବେ ତାହା ରଙ୍ଗବେରଙ୍ଗର ଲାଇଟରେ ସୁସଜ୍ଜିତ ହୋଇଛି। ଲାଇଟ୍‍ ବ୍ୟତୀତ ଧଳା ରଙ୍ଗର ଫୁଲ ମଧ୍ୟ ସାଜସଜାରେ ବ୍ୟବହୃତ ହୋଇଛି।

ସୂଚନା ଅନୁସାରେ, ରଣବୀର ସିଂହ ଯେଉଁ ବଙ୍ଗଳାରେ ରୁହନ୍ତି, ତା’ର ଗୋଟିଏ ଫ୍ଲୋର୍‍ ସମ୍ପୂର୍ଣ୍ଣ ଭାବେ ସେ କିଣି ନେଇଛନ୍ତି। କୁହାଯାଉଛି ଯେ ତା’ର ନବୀକରଣ କାର୍ଯ୍ୟ ଚାଲିଛି। ଖୁବ୍‍ଶୀଘ୍ର ନବବିବାହିତ ଦମ୍ପତି ସେହି ଘରକୁ ସ୍ଥାନାନ୍ତର ହୋଇଯିବେ।

Leave A Reply