ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ

ଆଠଗଡ : ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧୋତ୍ସବ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି । ପ୍ରତ୍ୟୁଷରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ଧବଳେଶ୍ୱରଠାରେ ବିଜୁ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରି ତିଳତର୍ପଣ କରିଥିଲେ। ଆଠଗଡ ସହରର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ, ମହିଳା କଲେଜ ସନ୍ନିକଟ ପୂଜ୍ୟପୂଜା ପୀଠ ଏବଂ ଦଳୀୟ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ଆଠଗଡ ଡାକ୍ତରଖାନା ଏବଂ ଉପକାରାଗାରର ଅନ୍ତେବାସୀଙ୍କ ମଧ୍ୟରେ ଫଳ, ବିସ୍କୁଟ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏଥିସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିଶ୍ରୁତି ଅନୁଯାୟୀ ଆଠଗଡ ସହରର ପାନୀୟଜଳ ସମସ୍ୟା ଦୂରୀକରଣ ପାଇଁ ୩ଟି ସ୍ଥାନରେ ଗଭୀର ନଳକୂପ ଖନନ କାର୍ଯ୍ୟର ନଗରପାଳ ଶ୍ରୀମତୀ ରାଉତ ଶୁଭାରମ୍ଭ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେଡି ଉପସଭାପତି ନୃସିଂହଚରଣ ମହାପାତ୍ର, ସଂପାଦକ ପ୍ରଦୀପ୍ତ କୁମାର ଦାସ, ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତିଙ୍କ ସମେତ ସମସ୍ତ ଦଳୀୟ ପାରିଷଦ, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ଯୁବନେତା ପ୍ରକାଶ ରାଉତ, ନଗର ସଭାପତି ଶିଶିର ମାନସିଂହ, ଯୁବ ଜନତା ସଭାପତି ଶିବ ଶଙ୍କର ଜେନା, ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ପ୍ରଧାନ, ଖଲିଦ୍‍ ମହମ୍ମଦ ପ୍ରମୁଖ ଯୋଗଦେଇଥିଲେ।

Comments are closed.