‘ଟିକସ ଓ ଜରିମାନା କାଟି ମୋ ଟଙ୍କା ଫେରାଇଦିଅ’

କାନପୁର: ତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରୁ ଜବତ କରାଯାଇଥିବା ନଗଦ ଟଙ୍କା ମଧ୍ୟରୁ ଟିକସ ଓ ଜରିମାନା ବାବଦରେ ଟଙ୍କା କାଟିରଖି ଅବଶିଷ୍ଟ ଟଙ୍କା ତାଙ୍କୁ ଫେରାଇ ଦେବାକୁ କାନପୁରସ୍ଥିତ ବ୍ୟବସାୟୀ ପିୟୁଷ ଜୈନ ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ)କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ଦେଶରେ ଏକ ବଡଧରଣର ଚଢଉରେ ପିୟୁଷଙ୍କ ଗରୁ ୧୯୫ କୋଟି ଟଙ୍କା ନଗଦ ଅର୍ଥ, ୨୩ କିଲୋ ସୁନା, ୬ କୋଟି ଟଙ୍କା ମୂଲ୍ୟର ଚନ୍ଦନକାଠ ତେଲ, ବିପୁଳ ପରିମାଣର ରୂପା ଆଦି ଜବତ କରାଯାଇଥିଲା । ଟିକସ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବାବେଳେ ଅଦାଲତ ତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଡିଜିଜିଆଇ ପକ୍ଷରୁ ମୋକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଅଦାଲତଙ୍କୁ ବୁଧବାର ଅବଗତ କରାଇଛନ୍ତି ଯେ ପିୟୁଷ ଜୈନ ଟିକସ ଠକେଇ କରିଥିବା ସ୍ୱୀକାର କରିଛନ୍ତି ଏବଂ ତାଙ୍କ ଉପରେ ୫୨ କୋଟି ଟଙ୍କା ଜରିମାନା ବାବଦ ଅର୍ଥ ବାକି ରହିଛି । ତେବେ ପିୟୁଷଙ୍କ ଓକିଲ ଅମରିଶ ଟଣ୍ଡନ ଅଦାଲତଙ୍କୁ ନିବେଦନ କରିଥିଲେ ଯେ ମାନ୍ୟବର ଅଦାଲତ ଜବତ କରାଯାଇଥିବା ଅର୍ଥ ମଧ୍ୟରୁ ୫୨ କୋଟି ଟଙ୍କା କାଟି ରଖି ଅବଶିଷ୍ଟ ଅର୍ଥ ତାଙ୍କ ମହକିଲଙ୍କୁ ଫେରାଇବାକୁ ଡିଜିଜିଆଇଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ତେବେ ଟିକସ ଠକେଇ କରି ଜମା କରାଯାଇଥିବା ଉକ୍ତ ବିପୁଳ ପରିମାଣର ଅର୍ଥକୁ ଆଉ ଫେରସ୍ତ କରାଯିବ ନାହିଁ ବୋଲି ଶ୍ରୀ ଟଣ୍ଡନ ଯୁକ୍ତି ଦର୍ଶାଇଥିଲେ । ଏହା ବାଦ୍‍ ଯଦି ପିୟୁଷ ୫୨ କୋଟି ଟଙ୍କା ଜରିମାନା ଦେବାକୁ ଚାହୁଛନ୍ତି ତେବେ ତାହା ଡିଜିଜିଆଇ ଗ୍ରହଣ କରିବେ ।

Comments are closed.