ଗଳିତ ଶବ ଉଦ୍ଧାର

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ଡମଡମଣୀ ସଂରକ୍ଷିତ ଜଙ୍ଗଲ ଭିତରୁ ଜଣେ ବ୍ୟକ୍ତିଙ୍କର ଗଳିତ ଶବକୁ ଚୌଦ୍ୱାର ପୁଲିସ ଉଦ୍ଧାର କରିଛି। ମଙ୍ଗରାଜପୁର ଫରେଷ୍ଟ ଗାର୍ଡ଼ ଦୁର୍ଯ୍ୟୋଧନ ବାନରା ଜଙ୍ଗଲ ଭିତରେ କାର୍ଯ୍ୟରତ କରୁଥିବାବେଳେ ଡମଣୀ ଜଙ୍ଗଲର ପାଞ୍ଚଗଛିଆ ନିକଟରେ ପଚାଗନ୍ଧ ବାହାରୁଥିବା ଜାଣି ଖୋଜାଖୋଜି କରି ଗଳିତ ଶବଟିକୁ ଠାବ କରିଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୃତକ ଜଣକ ସୁରେନ୍ଦ୍ର ନାଥ(୫୨) ଏବଂ ସେ ଚୌଦ୍ୱାର ପୌରପାଳିକା ୧୪ ନମ୍ବର ୱାର୍ଡ଼ ଅନ୍ତର୍ଗତ ମଣ୍ଡାପଡ଼ା ଗ୍ରାମର ବୋଲି ଜଣାପଡ଼ିଛି । ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିବା ପୁଲିସ ସୂଚନା ଦେଇଛି । ଶବ ନିକଟରୁ ଏକ ବିଷ ବୋତଲ ଜବତ ହୋଇଥିବାବେଳେ ପୁଲିସ ପ୍ରାଥମିକ ସ୍ତରରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି ।

Comments are closed.