ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ଶବ ବୋହିଲେ ପୁଲିସ୍‍ କର୍ମଚାରୀ ଓ ଆମ୍ବୁଲନ୍ସ ଚାଳକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଂଚାୟତ ଅନ୍ତର୍ଗତ ତେଲିମୁଣ୍ଡା ଛକଠାରୁ ସେସ୍କାଯୋଡି ଗ୍ରାମ ରାସ୍ତାପାର୍ଶ୍ବରେ ଥିବା ପାଟଖଣ୍ଡା ପାହାଡର ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ଗଳିତ ଶବ ମଙ୍ଗଳବାର ଉଦ୍ଧାର କରିଛି ଫିରିଙ୍ଗିଆ ପୁଲିସ୍‍। ପାରିପାଶ୍ୱିକ ପରିସ୍ଥିତିରୁ ଏହା ଏକ ଆତ୍ମ ହତ୍ୟା ବୋଲି ଜଣାପଡୁଥିବା ବେଳେ ମହିଳା ଜଣକ ନିଜ ପିନ୍ଧିଥିବା ସାଢିରେ ଆମ୍ବଗଛରେ ଝୁଲିପଡି ଆତ୍ମ ହତ୍ୟା କରିଥିବା କୁହାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ମୃତ ମହିଳାଙ୍କ କୌଣସି ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ସେସ୍କାଯୋଡ଼ି ଗ୍ରାମର କିଛି ପହାଡକୁ କାଠ ଆଣିବାକୁ ଯାଇଥିବା ବେଳେ ଉକ୍ତ ଆମ୍ବଗଛରେ ମହିଳାଙ୍କ ଶବ ଝୁଲୁଥିବା ଦେଖିଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ୱରେ ଅତିରିକ୍ତ ଥାନା ଅଧିକାରୀ ଦଶରଥ ହେମ୍ରମ ଏଏସଆଇ ସନାତନ ପ୍ରଧାନ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ବନ୍ଧଗଡ ସରପଂଚ ଓ ଫିରିଙ୍ଗିଆ ତହସଲିଦାର ଶ୍ରୀମତି ପୁନମ ରାଉତଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଫଠେଇ ଦେଇଛନ୍ତି। ଏହି ଘଟଣାରେ ଫିରିଙ୍ଗିଆ ଥାନାରେ କେସ ନଂ ୫ା୨୧ରେ ଏକ ଅପମୃତ୍ୟୁ ମାମାଲା ରୁଜୁ ହୋଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଉକ୍ତ ମହିଳାଙ୍କ ଗଳିତ ଶବ ବୋହିବା ପାଇଁ କୈାଣଷି ଲୋକ ନମିଳିବାରୁ ଖୋଦ ଥାନା ଅଧିକାରୀ , ଏସଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରିଙ୍କ ସହ ଆମ୍ବୁଲାନ୍ସ ଚାଳକ କର୍ଣ୍ଣ ଦିଗାଲଙ୍କ ପ୍ରମୁକ ମିଶି ଶବକୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ପାହାଡ ଉପରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହି ଆଣି ମାନବିକତାର ପରିଚୟ ଦେଇଛନ୍ତି। ପୁଲିସ୍‍ କର୍ମଚାରୀ ଓ ଆମ୍ବୁଲାନ୍ସ ଗାଡ଼ି ଚାଳକଙ୍କ ଏଭଳି କାର୍ଯ୍ୟକୁ ବର୍ତମାନ ସାରା ଫିରିଙ୍ଗିଆ ଅନଚଳ ରେ ବେସ ପ୍ରଶଂଶା କରାଯାଇଛି।

Comments are closed.