ଆସନ୍ତାକାଲି ଜେଇଇ, ନିଟ୍‌ ତାରିଖ ଘୋଷଣା

ନୂଆଦିଲ୍ଲୀ : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟ ଓ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ପାଇଁ ମଙ୍ଗଳବାର ଘୋଷଣା କରାଯିବ। କରୋନା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ଯୋଗୁଁ ଏହି ଦୁଇ ପ୍ରବେଶିକା ପରୀକ୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ମେ ୫ରେ ଏହା ଦୂର ହେବାର ସମ୍ଭାବନା ରହିଛି। ଏହି ଦିନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ କେତେକ ପରୀକ୍ଷାର୍ଥୀଙ୍କ ସହିତ ଅନଲାଇନରେ ବାର୍ତ୍ତାଳାପ କରିବେ ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Comments are closed.