୯ମ ଶ୍ରେଣୀ ପରୀକ୍ଷା ପ୍ରସଙ୍ଗ; ମନ୍ତ୍ରୀ କହିଲେ ଏପ୍ରିଲ ୩୦ ପରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର: ନବମ ଶ୍ରେଣୀ ପରୀକ୍ଷା କେବେ ହେବ, ସେ ସମ୍ପର୍କରେ ଆସନ୍ତା ୩୦ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ ଦାଶ କହିଛନ୍ତି, ଛାତ୍ରଛାତ୍ରୀମାନେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିଅନ୍ତୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି। ଆସନ୍ତା ୩୦ ତାରିଖ ଯାଏ ୯ମ ଶ୍ରେଣୀ ପିଲାଙ୍କ ସ୍କୁଲ ବନ୍ଦ ରହିଛି। ପିଲାଙ୍କ ପାଠ୍ୟକ୍ରମ ପ୍ରାୟ ଅଧା ସରିଯାଇଛି, ଅଳ୍ପ କିଛି ବାକି ଅଛି। ତେଣୁ ଆସନ୍ତା ୩୦ ତାରିଖ ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Comments are closed.