ଖସିଲା ପାଇକାରୀ ମୂଲ୍ୟସ୍ଫୀତି

ନୂଆଦିଲ୍ଲୀ: ଦେଶରେ ୨୦୨୧ ଡିସେମ୍ବର ମାସରେ ପାଇକାରୀ ମୂଲ୍ୟସ୍ଫୀତି ୧୩.୫୬ ପ୍ରତିଶତକୁ ହ୍ରାସ ପାଇଛି । ତାହା ପୂର୍ବରୁ ଏହା ନଭେମ୍ବରରେ ୧୪.୨୩% ରହିଥିଲା । ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ତୁଳନାତ୍ମକ ଭାବରେ କମ୍‍ ୧୩.୮୩% ରହିଥିବା ଜଣାଯାଇଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି ଯେ ପେଟ୍ରୋଲିୟମ ଇନ୍ଧନ, ମୂଳ ଧାତୁ, ଅଶୋଧିକ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ରାସାୟନିକ ଏବଂ ରାସାୟନିକ ପଦାର୍ଥ, ଖାଦ୍ୟ ସାମଗ୍ରୀ, ବୟନ ସାମଗ୍ରୀ, କାଗଜ ଓ କାଗଜରୁ ପ୍ରସ୍ତୁତ ସାମଗ୍ରୀ ଆଦିର ମୂଲ୍ୟ ବୃଦ୍ଧି କାରଣରୁ ୨୦୨୧ ଡିସେମ୍ବରରେ ମୁଦ୍ରାସ୍ଫୀତି ହାର ପୂର୍ବବର୍ଷ ଡିସେମ୍ବର ତୁଳନାରେ ଅଧିକ ରହିଥିଲା । ଅସମୟରେ ବର୍ଷା, କୁଆପଥର ମାଡ ଯୋଗୁଁ ଫସଲହାନି, ନୂଆ ବର୍ଷରୁ ଜିଏସଟିରେ ସଂଶୋଧନ ଆଦି କାରଣରୁ ପାଇକାରୀ ମୁଦ୍ରାସ୍ଫୀତି ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।

Comments are closed.