ଇତିହାସରେ ଡିସେମ୍ବର ୨୫

ସମାଜ ପୋର୍ଟାଲ ଡେସ୍କ: କଥାରେ ଅଛି ଇତିହାସ ହେଉଛି ଜଣେ ଶିକ୍ଷକ ଭଳି। ଇତିହାସ କେବଳ ନିଜ ଭିତରେ ଘଟଣାକୁ ଧରି ରଖେ ନାହିଁ ବରଂ ସେହି ଘଟଣାକୁ ପାଥେୟ କରି ଆମକୁ ବହୁତ କିଛି ଶିଖିବାକୁ ସୁଯୋଗ ଦିଏ। ସେହି ଭଳି ଡିସେମ୍ବର ୨୫ ମଧ୍ୟ ଅନେକ ଘଟଣା ପାଇଁ ସାରା ବିଶ୍ୱର ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

ଡିସେମ୍ବର ୨୫ରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା –
୧୭୬୩ – ଭରତପୁର ମହାରାଜା ସୁରଜମଲଙ୍କୁ ହତ୍ୟା
୧୭୭୧ – ମୋଗଲ ଶାସକ ଶାହା ଆଲାମ ଦ୍ଵିତୀୟ ମରାଠାମାନଙ୍କ ସଂରକ୍ଷଣ ଯୋଗୁ ଦିଲ୍ଲୀର ସିଂହାସନ ଆରୋହଣ କରିଥିଲେ
୧୮୯୨ – ସ୍ୱାମୀ ବିବେକାନନ୍ଦ କନ୍ୟାକୁମାରୀରେ ସମୁଦ୍ର ମଧ୍ୟରେ ଥିବା ଚଟ୍ଟାଣ ଉପରେ ୩ ଦିନ ପାଇଁ ସାଧନା ଆରମ୍ଭ କରିଥିଲେ
୧୯୨୪ – କାନପୁରରେ ପ୍ରଥମ ଅଖିଳ ଭାରତୀୟ କମ୍ୟୁନିଷ୍ଟ ସମ୍ମିଳନୀ ଶେଷ
୧୯୬୨ – ସୋଭିଏତ ସଂଘର ପ୍ରଥମ ପରମାଣୁ ପରୀକ୍ଷଣ
୧୯୭୪ – ରୋମ ଯାଉଥିବା ଏୟାର ଇଣ୍ଡିଆ ବୋଇଙ୍ଗ ବିମାନ ୭୪୭ ଅପହୃତ
୨୦୦୫ – ୪୦୦ ବର୍ଷ ପୂର୍ବରୁ ବିଲୁପ୍ତ ‘ଡୋଡୋ’ ପକ୍ଷୀର ୨ ହଜାର ବର୍ଷ ପୁରାତନ ଅବଶେଷ ଉଦ୍ଧାର
୨୦୦୮ – ଭାରତ ମହାକାଶକୁ ପ୍ରେରଣ ଆରିଥିବା ଚନ୍ଦ୍ରଜାନ-୨ର ୧୧ଟି ପେଲୋଡ଼ରୁ ଗୋଟିଏ ପେଲୋଡ଼ ଚନ୍ଦ୍ରର ଫଟୋ ପଠାଇଲା

ଡିସେମ୍ବର ୨୫ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି –
୧୬୪୨ – ମହାନ ଗଣିତଜ୍ଞ ଆଇଜାକ ନିଉଟନ
୧୮୬୧ – ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ ମଦନ ମୋହନ ମାଲାବୀୟ
୧୮୭୨ – ସଂସ୍କୃତ ପଣ୍ଡିତ ଗଙ୍ଗାନାଥ ଝା
୧୮୭୬ – ମୁସଲିମ ଲିଗ ଅଧ୍ୟକ୍ଷ ମହମ୍ମଦ ଅଲ୍ଲୀ ଜିହ୍ନା
୧୮୮୦ – ପ୍ରସିଦ୍ଧ ଚିକିତ୍ସକ ମୁଖତାର ଅହମଦ ଅନସାରୀ
୧୯୧୯ – ପ୍ରସିଦ୍ଧ ସଂଗୀତକାର ନୌସାଦ
୧୯୨୪ – ଭାରତର ଦଶମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ
୧୯୨୫ – ପ୍ରସିଦ୍ଧ ଚିତ୍ରକାର ସତୀଶ ଗୁଜରାଲ
୧୯୨୬ – ହିନ୍ଦୀ ସାହିତ୍ୟିକ ଧର୍ମବୀର ଭାରତୀ
୧୯୯୪ – ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣି କୌଲ

ଡିସେମ୍ବର ୨୫ରେ ଇହଧାମ ତ୍ୟାଗ କରିଥିବା ବ୍ୟକ୍ତି –
୧୮୬୪ – କେରଳ ମହାରାଜା ସ୍ଵାତି ତିରୁନାଲ
୧୯୫୯ – ଭାରତୀୟ ଅଭିନେତା ପ୍ରେମ ଅଦିବ
୧୯୭୨ – ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜ ଗୋପାଳାଚାରୀ
୧୯୭୭ – ହଲିଉଡ଼ ଅଭିନେତା ଚାର୍ଲି ଚାପଲିନ
୧୯୯୪ – ଭାରତର ପୂର୍ବତ୍ତନ ରାଷ୍ଟ୍ରପତି ଜ୍ଞାନୀ ଜଏଲ ସିଂହ
୨୦୦୭ – କାନାଡ଼ା ପ୍ରସିଦ୍ଧ ସଂଗୀତକାର ଆସ୍କାର ପୀଟରସନ
୨୦୧୧ – ନାଟ୍ୟକାର ସତ୍ୟଦେବ ଦୁବେ
୨୦୧୫ – ଅଭିନେତ୍ରୀ ସାଧନା

Comments are closed.