ବ୍ଲକ ସ୍ତରୀୟ ମହୋତ୍ସବ ‘ଗୁଡ ଇଭିନିଂ ତିଲେଇବଣି’

ଦେବଗଡ଼: ରିଆମାଲ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ରିଆମାଳ ବ୍ଲକ ସଦର ମହକୁମାରେ ବ୍ଲକ ସ୍ତରୀୟ ମହୋତ୍ସବ ‘ଗୁଡ ଇଭିନିଂ ରିଆମାଳ’ ଅନୁଷ୍ଠିତ ହୋଇଯାଇଛି। ତିଲେଇବଣି ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ବ୍ଲକ ସଦର ମହକୁମା ସ୍ଥିତ ପଞ୍ଚାୟତ ହାଇସ୍କୁଲ ପଡିଆଠାରେ ‘ଗୁଡ ଇଭିନିଂ ତିଲେିବଣି’ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତିଲେଇବଣି ବ୍ଲକର ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରେବିକା ବିଲୁଙ୍ଗ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହୋତ୍ସବକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଲୁକାସ ପ୍ରଧାନ, ଉପ ଜିଲାପାଳ ବ୍ରଜବନ୍ଧୁ ଭୋଇ, ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ , ଉପାଧ୍ୟକ୍ଷା ଆରତୀ ପ୍ରଧାନ, ଜିଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳୀ ସାମଲ ଓ ରାଜେଶ ମହାନାୟକ, ବାରକୋଟ ବିଡିଓ ଆକାଶ ରଞ୍ଜନ ସାହୁ, ରିଆମାଳ ବିଡିଓ ଦିବ୍ୟଶଙ୍କର ଜୟପୁରିଆ, ଦେବଗଡ ତହସିଲଦାର ପଲ୍ଲବୀ ନାୟକ, ଏବିଡିଓ ସୁନୀଲ କୁମାର ଗୁରୁ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସମେତ ତିଲେଇବଣି ବ୍ଲକର ସମସ୍ତ ଗ୍ରାମ ପଂଚାୟତର ସରପଞ୍ଚ ଓ ସମିତି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଏହି ଅବସରରେ ତିଲେଇବଣୀ ବ୍ଲକର ବିଭିନ୍ନ ସ୍ଥାନରୁ ଅସିଥିବା ନୃତ୍ୟ ଏବଂ ସଙ୍ଗୀତ ଦଳ , ନୃତ୍ୟ ସଙ୍ଗୀତ ଶିଳ୍ପୀ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।

Comments are closed.