ଦେବଗଡ଼ କୃଷି ବିଜ୍ଞାନ କେନ୍ଦ୍ରରେ ଓୟୁଏଟିର ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ: କୃଷି, ପଶୁପାଳନ, ମତ୍ସ୍ୟଚାଷ ଓ ଜଙ୍ଗଲ ଇତ୍ୟାଦି ସମ୍ପର୍କୀତ ଶିକ୍ଷାଦାନ ଓ ଗବେଷଣା ଦେଶର ଦ୍ୱିତୀୟ କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଭାବେ ନିମନ୍ତେ ୧୯୬୨ ମସିହାରେ ଓଡିଶାର ଭୂବନେଶ୍ୱର ଠାରେ ସ୍ଥାପିତ ହୋଇଥିବା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରର ୫୯ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। କଭିଡ-୧୯ ନୀତି ନିୟମ ଅନୁଯାୟୀ ଏହି ପ୍ରତିଷ୍ଠା ଦିବସ ଉତ୍ସବକୁ ମାନ୍ୟବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସମେତ ବିଶ୍ୱ ବିଦ୍ୟାଳୟର କୁଳପତି ଡକ୍ଟର ପବନ କୁମାର ଅଗ୍ରୱାଲ,ସଂପ୍ରସାରଣ ଅଧ୍ୟକ୍ଷ ଲଳିତ ମୋହନ ଗଡନାୟକ ଓ ଅନ୍ୟ ଅଧିକାରୀ ଗଣ ଅନଲାଇନରେ ଉଦଘାଟନ କରିଥିବା ବେଳେ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ୱେବ ମାଧ୍ୟମରେ ପ୍ରଦର୍ଶନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଦେବଗଡ ଜିଲାର ତିନୋଟି ଯାକ ବ୍ଲକରୁ ୧୫ ଜଣ ସଫଳ ଚାଷୀ ଯୋଗ ଦେଇଥିବା ବେଳେ ସମନ୍ୱିତ କୃଷି ପ୍ରାଣଳୀ ଅବଲମ୍ବନ କରିଥିବା ଦେବଗଡ ଜିଲାର ଉଦୀୟମାନ କୃଷି ଉଦ୍ୟାଗୀ ପ୍ରଭାସ ମିଶ୍ରଙ୍କୁ ପ୍ରମୁଖ କୃଷି ଉଦ୍ୟୋଗୀ ଓ ତିଲେଇବଣୀ ବ୍ଲକର ଆଗୁଆ ଚାଷୀ ବଳରାମ ଗଡନାୟକଙ୍କୁ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ ଓ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ଡକ୍ଟର ସୁଜିତ କୁମାର ନାଥ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ରର ଷାଣ୍ମାସିକ କୃଷି ସମାଚାର ପତ୍ରିକା ‘ପ୍ରଧାନପାଟ’ର ୧୫ଶ ସଂସ୍କରଣ କୃଷି ମନ୍ତ୍ରୀ ଡକ୍ଟର ସାହୁଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ରର ଶସ୍ୟ ସଂରକ୍ଷଣ ବୈଜ୍ଞାନିକ ଲବ ସୋରେନ, ଉଦ୍ୟାନ କୃଷି ବିଭାଗର ବୈଜ୍ଞାନିକ ସାଧନା ସ୍ୱସ୍ତିକା, କ୍ଷେତ୍ର ବିଜ୍ଞାନ ବିଭାଗର ବୈଜ୍ଞାନିକ ସବ୍ୟସାଚୀ ସାହୁ ଓ ମୃତିକା ବିଜ୍ଞାନୀ ଚିନ୍ମୟ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିବାସହ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।

Comments are closed.