ସାନ ଭାଇର ଟାଙ୍ଗିଆ ଚୋଟରେ ବଡଭାଇର ମୃତ୍ୟୁ

ଦେବଗଡ :  କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମର କିସାନସାହିରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ କଣ୍ଟାବାହାଳ କିସାନସାହିର ମୁରଲୀ କିସାନଙ୍କ ପୁଅ ପବିତ୍ର କିସାନ(୨୫)ଅନ୍ୟଦିନ ମାନଙ୍କ ଭଳି ଗତକାଲି ମଧ୍ୟ ସାନ ଭାଇ ଘୁରୁଡୁ କିସାନ (୨୨)ଙ୍କ ସହ ଗୋରୁ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ତେବେ ୨ ଦିନ ପୂର୍ବେ ଘୁରଡୁ ଗୋରୁଚରାଇବା ବାବଦରେ ଜଣେ ଗ୍ରାମବାସୀଙ୍କ ନିକଟରୁ ୫ ଶହ ଟଙ୍କା ଆଣିଥିଲେ ହେଁ ଏ ସମ୍ପର୍କରେ ବଡଭାଇ ପବିତ୍ରକୁ ଜଣାଇନଥିବାରୁ ଗତକାଲି ସଂନ୍ଧ୍ୟାରେ ଏକଥା ବଡଭାଇ ପବିତ୍ର ଏହା ଜାଣିବାପରେ ଘୁରୁଡୁକୁ ଗାଳି ଗୁଳଜ କରିବା ସହ କୁଆଡେ ମାଡ ମଧ୍ୟ ମାରିଥିଲେ। ବଡଭାଇଠାରୁ ମାଡ ଖାଇବା ପରେ ଘୁରୁଡୁ ଘରୁ ବାହାରକୁ ଚାଲି ଯିବାସହ ରାତ୍ରି ପ୍ରାୟ ସାଢେ ୯ଟା ସମୟରେ ନିଜ ଘରକୁ ଫେରିଥିଲା। ଏହି ସମୟରେ ବଡଭାଇ ପବିତ୍ର ଘର ଅଗଣାରେ ପଟାଭାଡିରେ ଶୋଇଥିବା ଦେଖି ସାନଭାଇ ଘୁରୁଡୁ ଏକ ଟାଙ୍ଗିଆ ସାହାଯ୍ୟରେ ଛାତି ଓ ବେକକୁ ଶକ୍ତ ପ୍ରହାର କରି ହତ୍ୟା କରିଥିଲା।ମୃତ ପବିତ୍ରଙ୍କ ପରିବାର ଲୋକେ ଆଜି ସକାଳେ ଖଇରପାଲି ଫାଣ୍ଡିରେ ଏନେଇ ସୂଚନା ଦେବାପରେ କୁଣ୍ଢେଇଗୋଳା ଥାନା ଅଧିକାରୀ ନିରୁପମା ଜେନା ସାଇଣ୍ଟିଫିକ ଟିମ୍‍ ସହ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେହିପରି ଅଭିଯୁକ୍ତ ଘୁରୁଡୁକୁ ଥାନାରେ ଅଟକ ରଖି ପଚରାଉଚୁରା ରଖିଥିବା ଜଣା ପଡିଛି। ଏଘଟଣା ଆଜି ସମ୍ପୃକ୍ତ ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

Comments are closed.