MEllora 950×100

ଶଗଡ଼କୁ ପିଟିଲା ଟ୍ରକ୍‌; ଦମ୍ପତିଙ୍କ ସହ ୨ବଳଦ ମୃତ

ଦେବଗଡ଼: ଏନଏଚ୍‌ ୪୯ ତିଲେଇବଣି ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ହୋଇଛି । ଏକ ଶଗଡ଼କୁ ପଛପଟୁ ଟ୍ରକ୍‌ ପିଟିବା ଫଳରେ ଦମ୍ପତିଙ୍କ ସହ ୨ଟି ବଳଦଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍‌ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଏନେଇ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପୁଲିସ ପାହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଲାଗିରହିଛି । ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଛନ୍ତି । ଦେବଗଡ଼-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Comments are closed.