କଲଣ୍ଡା ଗ୍ରାମପଞ୍ଚାୟତ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

ଦେବଗଡ : ତିଲେଇବଣି ବ୍ଲକ ଅନ୍ତର୍ଗତ କଲଣ୍ଡା ଗ୍ରାମପଂଚାୟତରୁ ଗତ ୯ ତାରିଖ ଦିନ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଉକ୍ତ ପଂଚାୟତର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ତେବେ ଗତ ୯ ତାରିଖରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଏବଂ ଅନେକଙ୍କ ଶରୀରରେ ସଂମ୍ଭାବ୍ୟ ଲକ୍ଷଣ ପରିଲକ୍ଷିତ ହେବାରୁ ଜିଲା ପ୍ରଶାସନ ପକ୍ଷରୁ ଆଜି ଉକ୍ତ ପଂଚାୟତକୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରାଯାଇଛି। ସମ୍ଭାଭ୍ୟ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଏହାକୁ ରୋକିବା ନିମନ୍ତେ ଜିଲା ପ୍ରଶସନ ପକ୍ଷରୁ ଏଭଳୀ ନିଷ୍ପତ୍ତି ନିଅଯାଇଥିବା ଜଣାପଡିଛି।

Comments are closed.