ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଦେବଗଡ: ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢେଇମରା ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ଶୁକ୍ରବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଚଢେଇମରା ଗ୍ରାମର ଉପେନ୍ଦ୍ର ସାହୁ (୭୦) ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ , ଉପେନ୍ଦ୍ର  ଅନ୍ୟ ଦିନ ମାନଙ୍କ ଭଳି ଆଜି ମଧ୍ୟ ଦିନ ପ୍ରାୟ ୧ଟା୩୦ ମିନିଟ ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ କୌଣସି କାରଣରୁ ତାଙ୍କର ଗୋଡ ଗଭୀର ପାଣିରେ ପଡ଼ିଯିବାରୁ ସେ ବାହାରକୁ ବାହାରି ନ ପାରି ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କର ମୃତଦେହ ପାଣିରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଉପେନ୍ଦ୍ରଙ୍କ ମୃତ୍ୟୁରେ ଚଢେଇମରା ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

Comments
Loading...