ସୁପ୍ରିମକୋର୍ଟଙ୍କ ନିର୍ଦେଶପରେ ଆଶଙ୍କାରେ ୩ଶହ ବର୍ଷ ପୁରୁଣା ରଥଯାତ୍ରା ପରମ୍ପରା, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବେ ବାମଣ୍ଡା ରାଜା  

ଦେବଗଡ :ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥ,ବଳଭଚ୍ର ଓ ମାତା ସୁଭଦ୍ରାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉ ଅଳ୍ପଦିନ ବାକି ରହିଛି। ତେବେ ଆଜି ମାନ୍ୟବର ସୁପ୍ରୀମ କୋର୍ଟ ରଥଯାତ୍ରା ଉପରେ ରୋକ ଲଗାଇବା ପରେ ଜଗନ୍ନାଥ ପ୍ରେମୀ ମାନଙ୍କ ମନରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି। ଏହି କ୍ରମରେ ଦୀର୍ଘ ତିନିଦିନ ଧରି ପାଳିତ ହେଉଥିବା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ ରଥଯାତ୍ରାକୁ ନେଇ ମଧ୍ୟ ଜନ ସାଧାରଣରେ ନାନା ଆଶଙ୍କା ଦେଖା ଦେଇଛି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା ମଧ୍ୟରେ ପବିତ୍ର ରଥଯାତ୍ରା ଉତ୍ସବ ପାଳନ ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀଧାମ ରଥଯାତ୍ରାକୁ ଅନୁସରଣ କରି ରାଜ୍ୟର କୋଣ ଅନୁକୋଣରେ ରଥନିର୍ମାଣ ସହ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ତେବେ ଆଜି ମାନ୍ୟବର ସୁପ୍ରିମକୋର୍ଟର ରାୟ ପରେ ରଥଯାତ୍ରା ପାଳନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯଦି ଚଳିତ ବର୍ଷ ରଥଯାତ୍ରା ବନ୍ଦ ହୁଏ ତେବେ ଦେବଗଡ ଜିଲ୍ଲା (ବାମଣ୍ଡା ରାଜ୍ୟ)ର ୩ଶହ ବର୍ଷ ତଳର ପରମ୍ପରା ଭଙ୍ଗ ହେବାର ଆଶଙ୍କା ସୃଷ୍ଟି ହୋଇଛି। ୧୭୦୦ ମସିହାରେ ବାମଣ୍ଡା ରାଜ୍ୟର ତତ୍କାଳୀନ ରାଜା ପ୍ରତାପ ରୁଦ୍ର ଦେବଙ୍କ ସମୟରେ ପୁରୀ ଜଗନ୍ନାଥ ମନ୍ଦିର ଢାଚାଂ ନିର୍ମୀତ ୩ଶହ ବର୍ଷ ତଳର ମନ୍ଦିର ଆଜି ମଧ୍ୟ ଚଳଚଞ୍ଚଳ ରହି ଅଛି। ପରମ୍ପରା ଅନୁଯାୟୀ ୮୦ କୋଷ ବାମଣ୍ଡା ରାଜ୍ୟର ପ୍ରଜା ମାନଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏଠାରେ ୩ ଦିନ ଧରି ତିନି ଠାକୁର ରଥାଋୁଢ ହୋଇ ରଥଯାତ୍ରାରେ ବାହାରି ମାଉସୀ ମାଁ ମନ୍ଦିରରେ ପହଂଚିଥାନ୍ତି ଓ ବାହୁଡା ସମୟରେ ମଧ୍ୟ ୩ ଦିନ ରଥାଋଢ ରହି ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଅଛି। ଦେବଗଡ ରାଜ ପରିବାର ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଓ ରଥଯାତ୍ରା ଆୟୋଜନ କରା ଯାଇ ଆସୁଅଛି। ତେବେ ଆଜି ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରେ ଚଳିତ ବର୍ଷ ରଥଯାତ୍ରା ପାଳନ ସମ୍ପର୍କରେ ଦେବଗଡ(ବାମଣ୍ଡା) ରାଜା ତଥା ସମ୍ବଲପୁର ଲୋକସଭା ସାସଂଦ ନିତେଶ ଗଙ୍ଗଦେବଙ୍କ ମତା ମତ ନେବାରୁ ସୁପ୍ରୀମ କୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ମଧ୍ୟ କ୍ୟାବିନେଟ୍ ବୈଠକରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଚଳିତ ବର୍ଷ ରଥଯାତ୍ରା ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତିି।

Comments are closed.