ବାଲ୍ୟ ବିବାହ ବନ୍ଦ କଲା ଚାଇଲ୍ଡଲାଇନ

ଦେବଗଡ: ବାରକୋଟ ଥାନା ଅନ୍ତର୍ଗତ ସଇଡା ପଞ୍ଚାୟତର ଲାଲାପଶି ଗ୍ରାମରେ ଶନିବାର ଏକ ବାଲ୍ୟ ବିବାହ ପାଇଁ ଉଦ୍ୟମ ହେଉଥିବା ବେଳେ ଏହାକୁ ବନ୍ଦ କରିବାରେ ଦେବଗଡ ସ୍ଥିତ ଦୀଶା ଚାଇଲ୍ଡଲାଇନ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଲାଲାପଶି ଗ୍ରାମରେ ଆଜି ଏକ ବାଲ୍ୟ ବିବାହ ପାଇଁ ଉଦ୍ୟମ ହେଉଥିବା ସମ୍ପର୍କରେ କେହିଜଣେ ସଚେତନ ବ୍ୟକ୍ତି ଚାଇଲ୍ଡଲାଇନକୁନ ୧୦୯୮ ନମ୍ବରରେ ଫୋନ କରି ସୂଚନା ଦେଇଥିଲେ। ସୂଚନା ଆଧାରରେ ଚାଇଲ୍ଡଲାନ ଟିମ ଓ ବାରକୋଟ ବ୍ଲକ ବାଲ୍ୟ ବିବାହ ନିଷେଧ ଅଧିକାରୀ ପ୍ରବିଣା ମିଶ୍ର ସେଠାରେ ପହଞ୍ଚି ପୁଲିସ ସହାୟତାରେ ଉକ୍ତ ବିବାହକୁ ବନ୍ଦ କରିଥିଲେ।