ବିନା କାମରେ ମିଥ୍ୟା ବିଲ୍‍ ଅଭିଯୋଗ ; ମନରେଗା କାମରେ ଦୁର୍ନୀତି !

ଦେବଗଡ : ରିଆମାଳ ବ୍ଲକ ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ଚାଲିଥିବା ମନରେଗା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ବ୍ୟାପକ ଅନିୟମିତତା ଓ ମିଥ୍ୟା ବିଲ ଜରିଆରେ ଅର୍ଥ ଉଠାଣ ହୋଇଥିବା ଅଭିଯୋଗ ହୋଇଛି। ଆଜି ଖୋଦ ତୁଙ୍ଗାମାଳ ଗ୍ରାମ ପଞ୍ଚାୟତର ୫ ଜଣ ୱାର୍ଡ ସଦସ୍ୟ/ସଦସ୍ୟା ଏବଂ କେତେକ ଗ୍ରାମବାସୀ ଏନେଇ ରିଆମାଳ ବ୍ଲକର ବିଡିଓଙ୍କୁ ଲିଖିତ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ମନରେଗା ଯୋଜନାରେ କାଞ୍ଜିଆମ ଠାରୁ କୋରଡପୋଶି ରାସ୍ତାର ଉନ୍ନତିକରଣ ନାମରେ ମ୍ୟାସିନ ସହାୟତାରେ କେବଳ ୨୦୦ ମିଟର ମୋରମ ପକାଇ ବିଲ ପାସ ହୋଇଛି। ଏଥିସହ ଉକ୍ତ ଗ୍ରାମ ପଞ୍ଚାୟତର ପିଅନ ଗଙ୍ଗାଧର ଦେହୁରୀ ଓ ବାବୁଲା କୁମାର ଦାସଙ୍କର ଜମି ଉନ୍ନତି କରଣ ନାମରେ ବିନା କାମରେ ବିଲ ପାସ ହୋଇଛି।ସେମାନେ ଆହୁରି ମଧ୍ୟ ଅଡଭିଯୋଗ କରିଛନ୍ତି ଯେ,ଉକ୍ତ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ ଗୌନ୍ତିଆ ଓ ଜି.ଆର.ଏସ୍‍. ଏହି କାର୍ଯ୍ୟ କରିବାକୁ କାର୍ଯ୍ୟାଦେଶ ଦେଇଥିବା ବେଳେ ଯେଉଁମାନେ ଶ୍ରମ କାର୍ଯ୍ୟ କରିବାକୁ ଅନୁପଯୁକ୍ତ ସେମାନେ କାଞ୍ଜିଆମ-କୋରଡପୋଶି ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରିଥିବା ଦର୍ଶାଯାଇ ବିଲ ଉଠାଣ ହୋଇଛି। ଅନ୍ୟପକ୍ଷରେ ଶ୍ରମିକ ବୋଲି ଦର୍ଶଯାଇଥିବା ବ୍ୟକ୍ତି ବିଶେଷ ଏକା ସମୟରେ ବାବୁଲା ଦାସଙ୍କ ଜମି ଉନ୍ନତି କରଣ କାର୍ଯ୍ୟ ଏବଂ କାଞ୍ଜିଆମ-କୋରଡପୋଶି ରାସ୍ତା କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରିଥିବା ଦର୍ଶାଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପଚାରିଲେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେବା ପରିବର୍ତ୍ତେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଗୁରୁତ୍ୱ ପୁର୍ଣ୍ଣ ବିଷୟ ଏହା ଯେ, ଉକ୍ତ ଗ୍ରାମ ପଞ୍ଚାୟତର ସଭ୍ୟ ସଭ୍ୟା ମାନେ ୨୦୧୮-୧୯ ମସିହାରେ ଉକ୍ତ ପଞ୍ଚୟତର ଭାଲୁପାଳ ରାସ୍ତା ନିର୍ମାଣ କରାନଯାଇ ମିଥ୍ୟା ବିଲ ଜରିଆରେ ବିଲ ଉଠାଣ ହୋଇଥିବା ଲିଖିତ ଅଭିଯୋଗ କରିଥିଲୋ ମାତ୍ର ଏହାର କୌଣସି ବିଚାର ହୋଇନାହିଁ। ଏଣୁ ବର୍ତ୍ତମାନ ଉକ୍ତ ପଞ୍ଚାୟତରେ ବିଭିନ୍ନ ଅନିୟମିତତା ଲାଗିରହିବା ସହ ପୂର୍ବବତ ମିଥ୍ୟା ବିଲ ଜରିଆରେ ଟଙ୍କା ଉଠାଣ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ସମ୍ପର୍କରେ ମତାମତ ଲୋଡିବା ନିମନ୍ତେ ଉକ୍ତ ପଞ୍ଚାୟତର ସରପଞ୍ଚ, ନିର୍ବାହୀ ଅଧିକାରୀସୁଶାନ୍ତ ଗୌନ୍ତିଆ ଓ ରିଆମାଳ ବିଡିଓ ତ୍ରିଲୋଚନ ପାତ୍ରଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ।ତେବେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ନାୟକଙ୍କ ମତାମତ ଲୋଡିବାରୁ ସେ କୌଣସି ଅନିୟମିତତା କିମ୍ବା ମିଥା ବିଲ ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ରିଆମାଳ ବ୍ଲକର କେବଳ ଯେ, ତୁଙ୍ଗାମାଳ ଗ୍ରାମ ପଞ୍ଚାୟତରେ ଏଭଳି ଅଣିୟମିତତା ଅଭିଯୋଗ ହେଉଛି ତାହା ନୁହେଁ,ଏହି ପଞ୍ଚାୟତ ବ୍ୟତୀତ ଉକ୍ତ ବ୍ଲକର କରଲଗା, ପରା,ପଳସମା,କଣ୍ଟାବାହାଳ ,ଟିଙ୍କବୀର , ଚଢେଇମରା ଓ ବୁଢାପାଳ ପଞ୍ଚାୟତରେ ମଧ୍ୟ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛିା ଏଣୁ ଜିଲାପାଳ ମହୋଦୟ ଏସବୁ ଅଭିଯୋଗର ତଦନ୍ତ ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.