ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଝିଞ୍ଜିରିନାଳି ଗାଁରେ ପୋଖରୀ ନିକଟରୁ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ସଅଁରାପଶି ଗାଁ ମଲ୍ଲି ମୁଣ୍ଡା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ପାଟଣା ଥାନା ସଅଁରାପଶି ଗ୍ରାମର ମଲ୍ଲି ମୁଣ୍ଡା ଝିଞ୍ଜିରିନାଳି ଗାଁକୁ ଏକ ଶୁଦ୍ଧିକ୍ରିୟା କାମରେ ଯୋଗଦେବାକୁ ଆସିଥିଲେ। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ଗାଁର କିଛି ଲୋକ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ଶବ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

 

 

Comments are closed.