ଟ୍ରକ ଡାଲା ପଡି ନାବାଳକ ମୃତ

ରାଜଗାଙ୍ଗପୁର : ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଜାମପାଲି ଛକ ୧୦ ନମ୍ବର ରାଜ୍ୟ ରାଜପଥରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣ ଘଟିଛି । ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ବଡ଼ଗାଁର ଅମିତ ମାଝି(୧୩) ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଅମିତ ବାଇକରେ ବଡ଼ ଭାଇ ସହିତ ଘରକୁ ଫେରୁଥିବ ସମୟରେ ଭାରସମ୍ଭ ହରାଇ ରାସ୍ତାର ପଡିଯାଇଥିଲେ। ସେହିସମୟରେ ପରେ ପଛପଟୁ ଆସୁଥିବା ଏକ ଟ୍ରକର ଡାଲା ତାଉପରେ ପଡିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Comments are closed.