କାୟା ବିସ୍ତାର କରୁଛି କରୋନା: ମୃତ୍ୟୁ ସଂଖ୍ୟା ୨ ହଜାର ନିକଟତର, ୫୯ ହଜାର ୬୬୨ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ମୃତ୍ୟୁ ଏବଂ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ସକାଳ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ନିକଟତର ହୋଇ ୧୯୮୧ରେ ପହଞ୍ଚିଛି। ସେହିପରି ମୋଟ ୫୯ ହଜାର ୬୬୨ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୮୪୭ ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା ୩୯ ହଜାର ୮୩୪ ଜଣ ଚକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୫ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଥିବାବେଳେ ୩୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୯ ହଜାର ୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସବୁଠୁ ଅଧିକ ମୃତ୍ୟୁ ଏହି ରାଜ୍ୟରେ ହୋଇଛି। ମୋଟ ୭୩୧ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୨ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ୭୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୪୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ଦିଲ୍ଲୀରେ ୬୩୧୮ ଆକ୍ରାନ୍ତ ଓ ୬୮ ମୃତ, ତାମିଲନାଡୁରେ ୬୦୦୯ ଆକ୍ରାନ୍ତ ଓ ୪୦ ମୃତ, ରାଜସ୍ଥାନରେ ୩୫୭୯ ଆକ୍ରାନ୍ତ ଓ ୧୦୩ ମୃତ, ମଧ୍ୟପ୍ରଦେଶରେ ୩୩୪୧ ଆକ୍ରାନ୍ତ ଓ ୨୦୦ ମୃତ, ଉତ୍ତରପ୍ରଦେଶରେ ୩୨୧୪ ଆକ୍ରାନ୍ତ ଓ ୬୬ ମୃତ, ଆନ୍ଧ୍ରପ୍ରଦେଶରେ ୧୮୮୭ ଆକ୍ରାନ୍ତ ଓ ୪୧ ମୃତ, ପଞ୍ଜାବରେ ୧୭୩୧ ଆକ୍ରାନ୍ତ ଓ ୨୯ ମୃତ, ପଶ୍ଚିମବଙ୍ଗରେ ୧୬୭୮ ଆକ୍ରାନ୍ତ ଓ ୧୬୦ ମୃତ, ତେଲେଙ୍ଗାନାରେ ୧୧୩୨ ଆକ୍ରାନ୍ତ ଏବଂ ୨୯ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.