ଭାରତରେ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା, ୨୩ ହଜାର ୭୭ ଆକ୍ରାନ୍ତ

୨୪ ଘଣ୍ଟାରେ ୧୬୮୪ ଆକ୍ରାନ୍ତ, ୩୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭୦୦ ଟପିଛି। ଶୁକ୍ରବାର ସକାଳ ସୁଦ୍ଧା ୭୧୮ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ଦେଶରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୨୩ ହଜାର ୭୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭ ହଜାର ୬୧୦ ଜଣ ଚିକିତ୍ସିତ ହେଉଥିବାବେଳେ ୪୭୪୮ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ଭିତରେ ୧୬୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୭ ଜଣଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ୬୪୨୭ ଜଣ ସଂକ୍ରମିତ ହୋଇଥିବାବେଳେ ସର୍ବାଧିକ ୨୮୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ଗୁଜରାଟରେ ୨ୟ ସର୍ବାଧିକ ୨୬୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୧୨ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ ୨୩୭୬, ରାଜସ୍ଥାନରେ ୨୦୦୦, ମଧ୍ୟପ୍ରଦେଶରେ ୧୬୮୭, ତାମିଲନାଡୁରେ ୧୬୮୩, ଉତ୍ତରପ୍ରଦେଶରେ ୧୫୧୦, ତେଲେଙ୍ଗାନାରେ ୯୭୦, ଆନ୍ଧ୍ରପ୍ରଦେଶରେ ୮୯୩, ପଶ୍ଚିମବଙ୍ଗରେ ୫୧୪, କେରଳରେ ୪୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.