କରୋନା ଅପଡେଟ୍ : ଚୀନରେ ମୃତ୍ୟୁସଂଖ୍ୟା ୮୧୨, ନୂଆ ୨,୬୫୬ ରୋଗୀ ଚିହ୍ନଟ

ବେଜିଂ : କରୋନା ଭୂତାଣୁ ସଂକ୍ରମଣରେ ଚୀନରେ ଶନିବାର ୮୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୨, ୬୫୬ ଜଣ ନୂଆ ରୋଗୀ ଚିହ୍ନଟ
ହୋଇଛନ୍ତି। ଏହାକୁ ମିଶାଇ ଚୀନରେ ୩୭, ୨୫୧ ଏବଂ ବିଦେଶରେ ୩୨୦ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ଏହି ଭୂତାଣୁ ସଂକ୍ରମଣରେ ଚୀନରେ ମୋଟ ମୃତ୍ୟୁସଂଖ୍ୟା ୮୧୨ ଏବଂ ବିଦେଶରେ ଜଣଙ୍କର ମୃତ୍ୟୁ ଘଟିଛି। ଚୀନରେ ଚିକିତ୍ସା ପରେ ୨,୬୫୧ ଜଣ ରୋଗୀଙ୍କୁ ଘରକୁ ଛାଡ଼ି ଦିଆଯାଇଛି। ଅନ୍ୟପକ୍ଷରେ ୨୮ ହଜାର ୯୪୨ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଉଛି।

Comments are closed.