କରୋନା ଅପଡେଟ – ଚୀନରେ ମୃତ୍ୟୁ ସଂଖ୍ୟା ୭୨୩

ସମାଜ ପୋର୍ଟାଲ ଡେସ୍କ: ଚୀନରେ କରୋନା ଭୁତାଣୁ ସଂକ୍ରମଣ ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସେଠାକାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ମୃତ୍ୟୁ ସଂଖ୍ୟା ୭୨୩କୁ ବୃଦ୍ଧି ପାଇଥିବା କୁହାଯାଇଛି। ପୂର୍ବରୁ ଚୀନ ଓ ହଂକଂରେ ଦେଖାଦେଇଥିବା ମହାମାରୀରେ ଏତେ ସଂଖ୍ୟକ ମୃତ୍ୟୁ ହୋଇନଥିଲା। ତେବେ ବିଜ୍ଞପ୍ତିରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନର ହୁବେଇ ଅଂଚଳରେ ଆହୁରି ୮୬ ଜଣଙ୍କ ମୃତ୍ୟୁ ହେବ ଫଳରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ପ୍ରଥମେ ୨୦୧୯ ଡିସେମ୍ବରରେ ହୁବେଇରେ କରୋନା ଭୁତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଚୀନରେ ୩୪ ହଜାର ୫୯୮ ଜଣ ଏହି ଭୁତାଣୁର ସଂକ୍ରମଣ ହୋଇଥିବା ବେଳେ ୨୭ ହଜାର ୬୫୭ ଜଣଙ୍କୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

କରୋନା ଭାଇରସ ସାର୍ସ ସଂକ୍ରମଣ ଭଳି ଏକ ରୋଗ ଯେଉଁଥିରେ ୨୦୦୨ରୁ ୨୦୦୩ ମଧ୍ୟରେ ଚୀନ ଏବଂ ହଂକଂରେ ୬୫୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଇତି ମଧ୍ୟରେ ଆମେରିକା ଏହି ସଂକ୍ରମଣର ଅଧିକ ବ୍ୟାପିବା ହ୍ରାସ କରିବା ପାଇଁ ୧୦ କୋଟି ଡଲାର ସହାୟତା ଦେବା ପାଇଁ ଆମେରିକା ପ୍ରସ୍ତାବ ଦେଇଛି।

Comments are closed.