ମୁଜାଫରପୁରରେ ମସ୍ତିଷ୍କ ଜ୍ବର ଆତଙ୍କ ; ଶିଶୁମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

ବିହାର : ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର ମୁଜାଫରପୁରର ଏସକେ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନଙ୍କ ଉପସ୍ଥିତିରେ ୩ ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଇତି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମସ୍ତିଷ୍କ ଜ୍ବରରେ ପ୍ରାଣ ହରାଇ ଥିବା ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମୁଜାଫରପୁର ସମେତ ରାଜ୍ୟର ୧୨ଟି ଜିଲାରେ ଏହି ରୋଗ କାୟା ବିସ୍ତାର କରିବାରେ ଲାଗିଛି ।  ବେକଳ ଏସକେଏମସିଏଚ୍ ରେ ଏପର୍ଯ୍ୟନ୍ତ ୮୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଧିକ ଶିଶୁର ବୟସ ୧୦ରୁ କମ୍ ବୋଲି ଜଣାପଡିଛି ।

Comments are closed.