ବଜ୍ରପାତରେ ଶିଶୁ ମୃତ, ଯୁବତୀ ଗୁରୁତର

କେଶଦୁରାପାଳ : ଆନନ୍ଦପୁର ଥାନା ଅନ୍ତର୍ଗତ ବଜ୍ରପାତରେ ଶିଶୁର ମୃତ ଘଟିଥିବା ବେଳେ ଜଣେ ଯୁବତୀ ଗୁରୁତର ହୋଇ ଆନନ୍ଦପୁର ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମୁରୁ ପୁର ଗ୍ରାମର ସତ୍ୟ ଜେନାଙ୍କ ୪ ବର୍ଷର ପୁଅ ସୁବ୍ରତ ଘର ବାହାରେ ଖେଳୁଥିବା ବେଳେ ଖୁବ୍‌ ଜୋରରେ ବର୍ଷା ହେବା ସହିତ ଘଡ ଘଡି ବିଜୁଳ ମାରିଥିଲା ।  ଫଳରେ ଘଟଣାସ୍ଥଳରେ ସୁବ୍ରତର ମୃତ୍ୟୁଘଟିଥିଲା । ଠିକ୍ ସେତିକି ବେଳେ ଆନନ୍ଦପୁର ଥାନା ଅନ୍ତର୍ଗତ ବିରିଡିହା ଗ୍ରାମର ପ୍ରଫୁଲ ପ୍ରଧାନଙ୍କର ଝିଅ ରିତାରାଣୀ ବଜ୍ରପାତ ସମୟରେ ଘର କବାଟ ନିକଟରେ ଖାଉଥିଲା କବାଟ ଖୋଲା ଥିବାରୁ ବଜ୍ରପାତ ହୋଇ ଗୁରୁତର ଭାବେ ଆହାତ ହୋଇଥିଲେ । ୧୦୮ ଯୋଗେ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ସୁବ୍ରତକୁ ମୃତ ଘୋଷଣା କରିବା ସହିତ ବଜ୍ରପାତରେ ଗୁରୁତର ରିତାରାଣୀକୁ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । ।

Comments are closed.