ସାଉଦି ଆରବରେ ୨ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡ

ଚଣ୍ଡିଗଡ : ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଦୁଇଜଣ ଭାରତୀୟଙ୍କୁ ସାଉଦି ଆରବରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ କହିବା ଅନୁଯାୟୀ ହୋସିଆରପୁରର ସତୱିନ୍ଦର କୁମାର ଓ ଲୁଧିଆନାର ହରଜିତ ସିଂହଙ୍କୁ ଏହି ମୃତ୍ୟୁଦଣ୍ଡ ଦିଆଯାଇଛି। ନିଜର ସାଥୀ ଭାରତୀୟଙ୍କୁ ହତ୍ୟା କରିବା ଅଭିଯୋଗରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଏହି ମୃତ୍ୟୁଦଣ୍ଡ ଦିଆଯାଇଛି। ଫେବୃଆରୀ ୨୮ରେ ଉଭୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବାବେଳେ ରିୟାଦସ୍ଥିତ ଭାରତୀୟ ଦୂତାବାସକୁ ସାଉଦି ଆରବ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନଥିଲେ। ଏପରି କି ସେମାନଙ୍କ ମୃତଦେହ ମଧ୍ୟ ଭାରତ ଅଣାଯାଇପାରି ନଥିଲା। ମୃତଦେହ ଫେରାଇବାକୁ ଅଦାଲତ ବାରଣ କରିଥିଲେ। ଚୋରି ଟଙ୍କାକୁ ନେଇ ହରଜିତ ଓ ସତୱିନ୍ଦରଙ୍କର ଇମାମୁଦ୍ଦିନଙ୍କ ସହିତ ପାଟିତୁଣ୍ଡ ଓ ମାରପିଟ୍ ହୋଇଥିଲା। ଏହି ଇମାମୁଦ୍ଦିନଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ ଡିସେମ୍ବରରେ ଘଟିଥିବା ଏହି ହତ୍ୟାକୁ ଉଭୟ ସ୍ବୀକାର କରିଥିଲେ।

Comments are closed.