ନିଖୋଜ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ଜିଲ୍ଲାର ଜଣେ ହାବିଲଦାର ଡ୍ରାଇଭର ଲଷ୍ମଣ ବେହେରାଙ୍କ ବୁଧବାର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତଦେହ ରିଜର୍ଭ ପୁଲିସ ନିକଟ ଏକ ଜଙ୍ଗଲରେ ପଡିଥିଲା। କେହି ଜଣେ ଏନେଇ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହରେ ରହିଛି। ମୃତ ବେହେରାଙ୍କ ବୟସ ୫୫ ବର୍ଷ ହେବ। ସେ ୨୦୧୧ରୁ ମାଲକାନଗିରିରୁ ବଦଳି ହୋଇ ଏଠାକୁ ଆସିଥିଲେ। ମୃତ ବେହରାଙ୍କ ୫ ଜଣ ଝିଅ ଏବଂ ଗୋଟିଏ ପୁଅ ରହିଛନ୍ତି। ସେ ରିଜର୍ଭ ପୁଲିସ କ୍ଵାଟରରେ ରହୁଥିଲେ। ଗତକାଲିଠାରୁ ସେ ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ପୁଲିସ ଥାନାରେ ଅଭିଯୋଗ କରିଥିଲେ।

Comments are closed.