ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣାଗଡ : ପାଟଣାଗଡ-ପଦ୍ମପୁର ରାସ୍ତାରେ ଥିବା ମାୟାବତୀ ନଦୀକୁ ରବିବାର ସଂଧ୍ୟାରୁ ଗାଧୋଇବାକୁ ଯାଇ ଜଣେ ଯୁବକ ବୁଡି ଯାଇଥିବା ଜଣାପଡିଛି। ଆଜି ସକାଳୁ ସଫିକ୍‍ ନାମକ ଯୁବକଙ୍କ ମୃତଦେହ ଦମକଳ ବାହିନୀ ଉଦ୍ଧାର କରିଛି।
ପ୍ରକାଶ ଯେ, ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରହି ୱେଲଡିଂ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସଫିକ୍‍ ଗତକାଲି ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ମାୟାବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଭଦ୍ରକ ଅଞ୍ଚଳରୁ ଆସି ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ପାଟଣାଗଡରେ ରହୁଥିବା ଅବିବାହିତ ସଫିକ୍‍ଙ୍କ କେହି ସମ୍ପର୍କିୟ ମଧ୍ୟ ତାଙ୍କ ସାଙ୍ଗରେ ରହୁ ନଥିଲେ। ଆଜି ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବା କିଛି ବ୍ୟକ୍ତି ଏକ ମୃତ ଦେହ ନଦୀରେ ଭାସୁଥିବା ଦେଖି ପୁଲିସକୁ ଖବର ଦେବା ପରେ ପୁଲିସ ଏବଂ ଦମକଳ ବାହିନୀ ପହଞ୍ଚି ନଦୀରୁ ମୃତଦେହକୁ ଉଦ୍ଧାର କରିଥିଲେ। ଏ ସଂକ୍ରାନ୍ତରେ ପାଟଣାଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି।

Comments are closed.