ଟ୍ରକ୍ ଭିତରୁ ଯୁବକର ମୃତଦେହ ଉଦ୍ଧାର

ପାରାଦୀପ : ପାରାଦୀପ ସବଷ୍ଟେସନ ଛକରେ ଅସ୍ଥାୟୀ ପାର୍କିଂରେ ଛିଡା ହୋଇଥିବା ଏକ ଟ୍ରକ୍‌ର କେଭିନ୍ ଭିତରେ ଜଣେ ରକ୍ତାକ୍ତ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତଦେହ କେନ୍ଦ୍ରାପଡ଼ା ଜିଲ୍ଲା ବଉଳକଣୀ ଗ୍ରାମର ବାବୁଲି ସିଂ ଓ ସେ ଟ୍ରକ୍‌ର ହେଲପର ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଟ୍ରକ୍‌ର ଚକାରେ ରକ୍ତ ଲାଗିଥିବା ଓ ମୃତ ବାବୁଲିର ମୃତଦେହ ଟ୍ରକ୍ ଭିତରେ କିଭଳି ରହିଲା ସେନେଇ ଅନେକ୍ ସନ୍ଦେହ ସୃଷ୍ଟି ହୋଇଛି। ବାବୁଲିକୁ ହତ୍ୟା କରାଯାଇଥିବା ଓ ଟ୍ରକ୍‌ର ଡ୍ରାଇଭରଙ୍କ ସହିତ ତାଙ୍କର ବିବାଦ ଥିବା ଆଲୋଚନା ହେଉଛି। ପାରାଦୀପ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.