www.samajalive.in
Friday, December 5, 2025
20.1 C
Bhubaneswar

ଆଖି ବୁଜିଲେ ‘ସମାଜ’ ହିଞ୍ଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ: ଗଣମାଧ୍ୟମ ମହଲ ସ୍ତବ୍ଧ, ସବୁଠି ଶୋକର ଛାୟା

ବ୍ରହ୍ମପୁର: ଯୁବ ସ୍ବେଚ୍ଛାସେବୀ, ସମସ୍ତଙ୍କ ଆଦରର ଯୁବକ ତଥା ‘ସମାଜ’ ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓରଫ ମୁନୁଙ୍କ ଅକାଳ ବିୟୋଗ ଘଟିଛି। ସେ କିଛିଦିନ ଧରି କିମସ୍ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ସରକାରୀ ଭାବେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇନଥିଲେ ମଧ୍ୟ ସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ କୋଭିଡଜନିତ ମୃତ୍ୟୁ ତାଲିକାରେ ତାଙ୍କ ନାମ ଉଲ୍ଲେଖ ରହିଛି। କିମସ୍ ହସପିଟାଲରେ ପ୍ରିୟଦର୍ଶୀଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟକୁମାର ମହାପାତ୍ର ସ୍ପଷ୍ଟ କରିଛନ୍ତି। ତାଙ୍କ ମୃତ୍ୟୁରେ ସମଗ୍ର ଜିଲାରେ ଗଭୀର ଶୋକ ଖେଳି ଯାଇଛି। ସରକାରୀ ଭାବେ ଘୋଷଣା କରାଗଲେ ପ୍ରାଣ ହରାଇବାରେ ସେ ହେବେ ରାଜ୍ୟର ପ୍ରଥମ କରୋନା ଯୋଦ୍ଧା ସାମ୍ବାଦିକ।

ହିଞ୍ଜିିଳିକାଟୁ ପାଟଣାସାହି ନିବାସୀ ସ୍ବର୍ଗତ ମଦନମୋହନ ପଟ୍ଟନାୟକ ଓ ସ୍ବର୍ଗତା କନକଲତା ପଟ୍ଟନାୟକଙ୍କ ପାଞ୍ଚ ପୁଅ-ଝିଅ ମଧ୍ୟରେ ସବା ସାନପୁଅ ପ୍ରିୟଦର୍ଶୀ ଜଣେ ସ୍ବେଚ୍ଛାସେବୀ ଭାବେ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ସାମ୍ବାଦିକତା କ୍ଷେତ୍ରରେ ପାଦ ଥାପିଥିଲେ। ୨୦୧୪ ମସିହାରେ ସେ ସମାଜର ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ଭାବେ କାମ କରି ଅଞ୍ଚଳର ବହୁ ଜନହିତକର ଖବର ପରିବେଶଣ କରି ଘରେ ଘରେ ପରିଚିତି ଥିଲେ। ଜଣେ ପରୋପକାରୀ, ବନ୍ଧୁବତ୍ସଳ ତଥା ସମସ୍ତଙ୍କ ସ୍ନେହ ଓ ଆଦରର ପ୍ରିୟଦର୍ଶୀ ବାବୁ ଦଳମତ ନିର୍ବିଶେଷ​‌େ​‌ର ସମସ୍ତଙ୍କ ପ୍ରିୟପାତ୍ର ପାଲଟିଥିଲେ। ଉନ୍ନତମାନର ଖବର ପରିବେଶଣ ପାଇଁ ‘ସମାଜ’ ଶତବାର୍ଷିକୀ ସମାରୋହରେ ଶ୍ରେଷ୍ଠ ସାମ୍ବାଦିକ ଭାବେ ମଧ୍ୟ ସେ ସମ୍ମାନିତ ହୋଇଥିଲେ।

- Advertisement -

କରୋନା ସମୟରେ ସେ ସାହସର ସହ ବିଭିନ୍ନ ସଂଗରୋଧ କେନ୍ଦ୍ର ପରିଦର୍ଶନ କରି ସେଠାକାର ସ୍ଥିତାବସ୍ଥା ସମ୍ପର୍କରେ ଖବର ସଂଗ୍ରହ କରିବା ଏବଂ ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁ କରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଗତମାସ ୨୬ ତାରିଖରୁ ସେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ଧିରେ ଧିରେ କାଶ ଓ ଥଣ୍ଡା ଲାଗି ରହିବାରୁ ସେ ସ୍ବାବ ନମୁନା ପରୀକ୍ଷା ପାଇଁ ନିଜ ଆଡୁ ଦେଇଥିଲେ। ଜୁଲାଇ ୧ରେ ସ୍ବାବ ରିପୋର୍ଟ ପଜିଟିଭ ଆସିବା ବେଳକୁ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ସେହିଦିନ ରାତିରେ ତତ୍କାଳ ହିଞ୍ଜିଳିକାଟୁ କୋଭିଡ କେର ସେଣ୍ଟରକୁ ନିଆଯାଇଥିଲା। ସେଠାରୁ ସେହିଦିନ ବିଳମ୍ବିତ ରାତିରେ ତାଙ୍କୁ ଶୀତଳାପଲ୍ଲୀ କୋଭିଡ ହସପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୨ତାରିଖରେ କିମସ୍ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ୫ ତାରିଖରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ବେ ଆଜି ସକାଳେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏଭଳି ଜଣେ ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗରେ ସମଗ୍ର ଜିଲା ସ୍ତବ୍ଧ ହୋଇଯାଇଛି। ବିଶେଷକରି ଗଣମାଧ୍ୟମ ଜଗତର ପ୍ରଥମ ବ୍ୟକ୍ତି ଭାବେ କୋଭିଡ ଡାକ୍ତରଖାନାରେ ସେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ପ୍ରିୟଦର୍ଶୀଙ୍କ ମୃତ୍ୟୁରେ ସମାଜ ବ୍ରହ୍ମପୁର ସଂସ୍କରଣ କାର୍ୟ୍ୟାଳୟରେ ଗଭୀର ଶୋକ ଖେଳି ଯାଇଛି। ତାଙ୍କ ସମ୍ମାନାର୍ଥେ ଏକ ଶୋକସଭା ଆୟୋଜନ କରାଯାଇ ଦୁଇମିନିଟ ନିରବ ପ୍ରାର୍ଥନା ପୂର୍ବକ ଅମର ଆତ୍ମାର ସଦଗତି କାମନା କରାଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories