ମିଶନ ଶକ୍ତି ନିର୍ଦେଶିକା ସୁଜାତା କାର୍ତିକେୟନଙ୍କ ବାପା ଡ଼ା. ଅକ୍ଷୟ ରାଉତଙ୍କ ପରଲୋକ

ଭୁବନେଶ୍ୱର: ମିଶନ ଶକ୍ତି ନିର୍ଦେଶିକା ସୁଜାତା କାର୍ତିକେୟନ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନଙ୍କ ଶ୍ବଶୁର ଡ଼ା. ଅକ୍ଷୟ ରାଉତଙ୍କ ସୋମବାର ସନ୍ଧ୍ୟାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଜଣେ ଖ୍ୟାତନାମା ଶିଶୁ ବିଶେଷଜ୍ଞ ଭାବରେ ସେ ପରିଚିତ ଥିଲେ ।

ଅନ୍ତିମକାଳରେ ତାଙ୍କ ନିକଟରେ  ପତ୍ନୀ ପୁଷ୍ପା ରାଉତ, ଝିଅ ସୁଜାତା ଓ ଜ୍ୱାଇଁ କାର୍ତ୍ତିକେୟନ୍ ପାଣ୍ଡିଆନ,  ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସୁଜାତାଙ୍କ ବ୍ୟତୀତ ତାଙ୍କର ଆଉ ଦୁଇ ଝିଅ ଅଛନ୍ତି । ଜଣେ ପ୍ରାଣୀ ଚିକିତ୍ସକ ହୋଇଥିବାବେଳେ ଅନ୍ୟ ଜଣେ ଏକ ଏମ୍ଏନସିରେ କାର୍ଯ୍ୟକରୁଛନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି

କେନ୍ଦ୍ରାପଡ଼ା ଜିଲ୍ଲାର  ବଲୁରିଆ ଗାଁରେ  ଡାକ୍ତର ଅକ୍ଷୟ କୁମାର ରାଉତ ଜନ୍ମଗ୍ରହଣ କରିଥିଲେ । ଏସସିବି ମେଡ଼ିକାଲ କଲେଜରୁ ଡ଼ାକ୍ତରୀ ଡ଼ିଗ୍ରୀ ଶେଷ ପରେ ସେ ଟାଟା ନଗର ( ତତକାଳୀନ ଅବିଭକ୍ତ ବିହାର)ରେ ଡ଼ାକ୍ତରୀ ସେବା କରୁଥିଲେ । ସେଠାରେ ସେ ନିଜ ପତ୍ନୀଙ୍କ ନାମରେ ଏକ କ୍ଲିନିକ୍ ଖୋଲି ଗରିବ ଲୋକମାନଙ୍କୁ ସେବା କରି ଆସୁଥିଲେ । ଟାଟାନଗର ଅଞ୍ଚଳରେ ‘ଗରିବଙ୍କ ଡ଼ାକ୍ତର’ ଭାବରେ ତାଙ୍କର ବେଶ୍ ପ୍ରସିଦ୍ଧି ଓ ପରିଚିତି ଥିଲା ।

 

Comments are closed.