ଯୁବକର ସନ୍ଦେହ ଜନକ ମୃତ୍ୟୁ

0

ମୁଖିଗୁଡ଼ା : କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗାଁରେ ଜଣେ ଯୁବକର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ସୋମବାର ସକାଳେ ଜୟପାଟଣା ବ୍ଳକ ଅନ୍ତର୍ଗତ ସର୍ଗିଗୁଡ଼ା ଗାଁ ମଝି ଛକରେ ଥିବା ଏକ ବର ଗଛରେ ଜଣେ ଯୁବକ ବେକରେ ଓଢ଼ଣୀ ଦେଇ ଗଛରେ ଝୁଲୁଥିବା ଗାଁ ଲୋକେ ଦେଖି ଜୟପାଟଣା ପୁଲିସକୁ ଖବର ଦେଇଥିଲେ। ଜୟପାଟଣା ପୁଲିସ ମୃତ ଦେହ ଜବତ କରି ଜୟପାଟଣା ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ୍‍ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ମୃତ ଯୁବକର ନାମ ତ୍ରିଲୋଚନ ମାଝୀ (୨୫) ଏବଂ ସେ କୋକସରା ଥାନା ଅନ୍ତର୍ଗତ ମୂଷାପାଲି ଗାଁର ବୋଲି ଜଣା ପଡ଼ିଛି। ଗତ ୨୭ ତାରିଖ ଦିନ ତ୍ରିଲୋଚନ ନିଜ ପିଉସା ଘର ଗୋପାଳପୁରକୁ ଆସିଥିଲା ଏବଂ ରବିବାର ଅପରାହ୍ନ ୪ଟାରେ ତାଙ୍କ ଘରୁ ବାହାରି ଆଉ ରାତିରେ ଫେରି ନଥିଲା। ତେବେ ତ୍ରିଲୋଚନ ମୃତ୍ୟୁକୁ ନେଇ ନାନା କଥା ଆଲୋଚନା ହେଉଛି। ଗାଁ ମଝି ଛକରେ ଥିବା ବରଗଛରେ କିପରି ଜଣେ ଯୁବକ ଆତ୍ମହତ୍ୟା କରି ପାରେ ବୋଲି ପ୍ରଶ୍ନ ଉଠୁଥିବା ବେଳେ ପ୍ରେମ ଜନିତ କାରଣରୁ ତ୍ରିଲୋଚନକୁ ଯୋଜନା ବଦ୍ଧ ଭାବରେ ମାରି ଦିଆଯାଇଥିବା ଆଲୋଚନା ହେଉଛି। ଏ ନେଇ ଜୟପାଟଣା ଥାନରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 

Leave A Reply