ଶ୍ୱଶୁର ଘରେ ଦଗ୍ଧିଭୂତା ମହିଳା ବାପଘରେ ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ତଣ୍ଡିଆ ସାହିର ରବିନ୍ଦ୍ର ବେହେରାଙ୍କ ବିବାହିତା ଝିଅ ସେବତୀ ବେହେରା(୩୫)ଙ୍କ ଗତ ରାତିରେ ବାପଘରେ ଅକାଳ ମୃତ୍ୟୁ ଘଟିଛି । ମୃତା ସେବତୀ ଆନନ୍ଦପୁର ନିକଟ ଦୁଡୁଗାଁର ମୁନା ବେହେରାଙ୍କୁ ବିବାହ କରିଥିବା ବେଳେ ସେମାନଙ୍କର ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଓ ମାମଲା କାରଣରୁ ସ୍ୱାମୀ ଜେଲ ଯାଇଥିବା ବେଳେ ଗତ ଜାନୁଆରୀ ୭ରେ ସେବତୀ ଶ୍ୱଶୁର ଘରେ ଦେହରେ ନିଆଁ ଲଗାଇ ଦେଇ ଗୁରୁତର ହୋଇଥିଲେ । ଖବର ପାଇ ବାପଘର ଲୋକେ ସେବତୀଙ୍କୁ ଡାକ୍ତଖାନାରେ ଚିକିତ୍ସା କରାଇ ଦେହର ଘା ଶୁଖି ନ ଥିବା ବେଳେ ଘରକୁ ଫେରାଇ ଆଣିଥିଲେ । ଇତି ମଧ୍ୟରେ ସେବତୀଙ୍କୁ ଚିକେନ ଫକ୍ସ ମଧ୍ୟ ହୋଇଥିଲା । ତେବେ ଗତରାତି ବାପଘର ଚିନାମାଳିପଶିରେ ସେବତୀଙ୍କ ମୃତ୍ୟୁ ଘଟିଛି । ଘଟଗାଁ ପୁଲିସ ଚିନାମାଳିପଶି ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ସହ ପାଟଣାରେ ମୃତ ମହିଳାଙ୍କ ମୃତଦେହ ବ୍ୟବଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ।

Comments are closed.