ଚିକିତ୍ସାରେ ଅବହେଳା ଯୋଗୁଁ ପ୍ରସୂତି ଓ ଛୁଆର ମୃତ୍ୟୁ ଅଭିଯୋଗ

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲା ବାରିପଦା ଡାକ୍ତରଖାନାରେ ଜଣେ ଗର୍ଭବତୀଙ୍କର ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତଦେହ ରଖି ସମ୍ପର୍କୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଘଟଶିଳା ଗାଁର ଜଣେ ଗର୍ଭବତୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ବାରିପଦା ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରେ ସେ ଏକ ନବଜାତକୁ ଜନ୍ମ ଦେଇଥିଲେ ମାତ୍ର ଚିକିତ୍ସାରେ ଅବହେବଳା ହେବାରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ନ୍ୟାୟ ପାଇବା ଲାଗି ପରିବାର ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ବାରିପଦା ମେଡିକାଲରୁ ଜିଲ୍ଲାପାଳଙ୍କ ଅଫିସ୍ ଯାଏଁ ସମ୍ପର୍କୀୟ ମୃତଦେହକୁ ବୋହି ବୋହି ଆଣିଥିବା ଜଣାପଡ଼ିଛି।

Comments are closed.