ବାପାକୁ ପିଟି ପିଟି ହତ୍ୟା କଲା ଡାକ୍ତର ପୁଅ

ଭୁବନେଶ୍ବର : ରାଜଧାନୀରେ ଶନିବାର ଘଟିଛି ହତ୍ୟାକାଣ୍ଡ । ପୁଅ ତାର ବାପାକୁ ପିଟି ପିଟି ହତ୍ୟା କରିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ରଞ୍ଜନ କୁମାର ମିଶ୍ର ।

ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅଧିନ ଜାଗମରା ସ୍ଥିତ ଜଗମୋହନ ନଗରରେ ବାପା ରାଜ କିଶୋର ମିଶ୍ର ରୁହନ୍ତି । ରାଜ କିଶୋରଙ୍କ ପୁଅ ରଞ୍ଜନ ଭାଣପୁରରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟ କରନ୍ତି । ରଞ୍ଜନ ବିବାହିତ, ତାଙ୍କର ଦୁଇଟି ପୁତ୍ର ଅଛନ୍ତି । ଗତ ମାସେ ହେବ ରଞ୍ଜନଙ୍କ ସ୍ତ୍ରୀ ଦୁଇ ପୁଅଙ୍କୁ ଧରି ବାପ ଘରେ ରହୁଛନ୍ତି । କୌଣସି କାରଣରୁ ଗୁରୁବାର ଅଭିଯୁକ୍ତ ରଞ୍ଜନ ତା’ର ବାପାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।  ପରେ ଏହାକୁ ନେଇ ପୁଅ ତାର ବାପାଙ୍କ ଛାତି ପିଠିକୁ ମୁଥ ମାରିବାରୁ ବାପା  ଗୁରୁତର ହୋଇପଡିଥିଲେ ।  ଏହାପରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା ଓ ସେଠାରେ   ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ହସପିଟାଲରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା । ବ୍ୟବଚ୍ଛେଦ ରିପୋର୍ଟରେ  ପିଟି ପିଟି ହତ୍ୟା କରାଯାଇଥିବା ପୁଲିସ ଜାଣିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ରଞ୍ଜନଙ୍କୁ ଗିରଫ କରିଛି ।

Comments
Loading...