ବିଲ ଭିତରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର : କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଅଁଳାପାଳ ଗ୍ରାମ ପାଖ ଏକ ବିଲ ଭିତରୁ ଶୁକ୍ରବାର ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଘସିପୁରା ପୁଲିସ ଉପସ୍ଥିତ ରହିଛନ୍ତି।
ଗତକାଲି ଠାରୁ ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ବିଲକୁ ଯାଇଥିଲେ। ଏହାପରେ ସେମାନେ ଆଉ ଘରକୁ ଫେରିନଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Comments are closed.