ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ

0

କେନ୍ଦୁଝର/କେନ୍ଦୁଝରଗଡ଼ : ଆଶାକର୍ମୀ ଓ ଡାକ୍ତରଙ୍କ ଅବହେଳା ଯୋଗୁଁ ଗର୍ଭବତୀ ପତ୍ନୀର ମୃତ୍ୟୁ ହୋଇଥିବା ସ୍ୱାମୀ ଗୁରୁତର ଅଭିଯୋଗ ଆଣିଛନ୍ତି। ବାଂଶପାଳ ବ୍ଲକ ଶୁଆକାଟି ପଞ୍ଚାୟତ କାଉଁରିକଳା ଗ୍ରାମର ଯୋଗେନ୍ଦ୍ର ମୁଣ୍ଡାଙ୍କ ଗର୍ଭବତୀ ସ୍ତ୍ରୀ ଝୁନୁ ସୋମବାର ରାତି ପ୍ରାୟ ୧୦ଟାରେ ଯନ୍ତ୍ରଣା ଅନୁଭବ କରିବାରୁ ଯୋଗେନ୍ଦ୍ରେ ପ୍ରଥମେ ସ୍ଥାନୀୟ ଆଶାକର୍ମୀଙ୍କୁ ଫୋନ କରି ଚିକିତ୍ସାଳୟକୁ କିଭଳି ନିଆଯିବ ସେ ନେଇ ଅନୁରୋଧ କରିଥିଲେ। ତେବେ ରାତି ହୋଇଥିବାରୁ ଏକ ଅଟୋ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ ଆଶାକର୍ମୀ ପରାମର୍ଶ ଦେଇ କୌଣସି ସହଯୋଗ କରିନଥିଲେ। ବହୁ କଷ୍ଟରେ ଏକ ଅଟୋ ଯୋଗାଡ କରି ରାତି ପ୍ରାୟ ୧ଟାରେ ଯୋଗେନ୍ଦ୍ର ସ୍ତ୍ରୀ ଝୁନୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇ ଥିବାବେଳେ ଅଧଘଣ୍ଟା ଧରି ଦାୟିତ୍ୱରେ ଥିବା ଡାକ୍ତର ଚିକିତ୍ସା ସହାୟତା ଯୋଗାଇ ନଦେବାରୁ ସ୍ତ୍ରୀର ମୃତ୍ୟୁ ହୋଇଥିବା ସ୍ୱାମୀ ଯୋଗେନ୍ଦ୍ର ଅଭିଯୋଗ କରିଛନ୍ତି। ଗର୍ଭବତୀ ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ମୃତ୍ୟୁବରଣ କରିଥିବା ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଅଜୟ କୁମାର ମହାନ୍ତି କହିଛନ୍ତି। ଏଭଳିକି ଗର୍ଭବତୀଙ୍କ ଚିକିତ୍ସା କାର୍ଡ ରିପୋର୍ଟ ଅନୁଯାୟୀ ଗତ ମାସ ୨୬ତାରିଖରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ରକ୍ତହୀନତା ଥିବା ଉଲ୍ଲେଖ କରି ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରି ରକ୍ତ ନେବାପାଇଁ ପରାମର୍ଶ ଦିଆଯାଇ ଥିଲେହେଁ ଗର୍ଭବତୀଙ୍କ ସ୍ୱାମୀ ଚିକିତ୍ସାଳୟରେ ଭର୍ତ୍ତି ପରିବର୍ତ୍ତେ ଘରକୁ ନେଇ ପଳାଇଥିବା ଡାକ୍ତର ଶ୍ରୀ ମହାନ୍ତି କହିଛନ୍ତି।

Leave A Reply