ଡାକ୍ତରଖାନା କର୍ମଚାରୀଙ୍କ ବିୟୋଗରେ ଶୋକ

ତିଗିରିଆ : ତିଗିରିଆ ବ୍ଲକ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂସାରୀ ନାଏକ (୫୭)ଙ୍କର ଗତକାଲି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ତାଙ୍କ ବିୟୋଗରେ ଡାକ୍ତରଖାନା ପରିସରରେ ବୁଧବାର ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଦୂରତା ରକ୍ଷା ପୂର୍ବକ ତାଙ୍କର ଅମର ଆତ୍ମାର ସଦ୍‍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସେ ଦୀର୍ଘ ଦିନ ହେଲା କିଡ଼ନୀ ଓ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିଲେ। ଗତ ପ୍ରାୟ ୮ଦିନ ହେଲା ସେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲା ବେଳେ ଗତକାଲି ତାଙ୍କର ପରଲୋକ ହୋଇଯାଇଥିବା ଡାକ୍ତରଖାନା ସୂତ୍ରରୁ ଜାଣିବାକୁ ମିଳିଛି। ଆଜିର ଏହି ଶୋକ ପାଳନ ଅବସରରେ ଡାକ୍ତର ଦୀପକ କୁମାର ଜେନା, ବରିଷ୍ଠ ସ୍ୱାସ୍ଥ୍ୟ ପରିର୍ଦଶକ ତ୍ରିଲୋଚନ ବାରିକ, ପରିସଂଖ୍ୟାନ ସହାୟକ ମନମୋହନ ଦାସ, ଫାର୍ମାସିଷ୍ଟ ଗଗନ ବିହାରୀ ସାହୁଙ୍କ ସମେତ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନେ ଯୋଗଦେଇଥିଲେ।

Comments are closed.