ମଙ୍ଗଳପୁର ହାତୀ ବ୍ୟାରେଜରୁ ଯୁବକର ମୃତଦେହ ଉଦ୍ଧାର

ମୁଖୀଗୁଡା : ମଙ୍ଗଳପୁର ହାତୀ ବ୍ୟାରେଜରୁ ମଙ୍ଗଳବାର ଏକ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ଗତ ୨୨ତାରିଖ ସନ୍ଧ୍ୟାରେ ଜୟପାଟଣା ଥାନା ଅନ୍ତର୍ଗତ ରାଣିବାହାଲ ଗ୍ରାମର ଲକ୍ଷ୍ମଣ ରାଉତ(୨୨) ଗାଁ ନିକଟ ଇନ୍ଦ୍ରାବତୀ ଟେଲରେସ କେନାଲକୁ ଶୌଚ ପାଇଁ ଯାଇ ସ୍ରୋତରେ ଭାସିଯାଇ ଥିଲେ  ଏ ସମ୍ପର୍କରେ ମୁଖୀଗୁଡା ଫାଣ୍ଡିରେ ସୂଚନା ଦେବା ପରେ ଇନ୍ଦ୍ରାବତୀ ପାୱାର ହାଉସରୁ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଇ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ , ଗ୍ରାମବାସୀ ଏବଂ ମୁଖୀଗୁଡା ଫାଣ୍ଡି ଅଧିକାରୀ ପ୍ରେମଲାଲ ସାହୁ ଖୋଜାଖୋଜି କରିଥିଲେ ହେଁ ଲକ୍ଷ୍ମଣର ସନ୍ଧାନ ମିଳି ନ ଥିଲା । ଆଜି ସକାଳେ ମଙ୍ଗଳପୁର ହାତୀ ବ୍ୟାରେଜରେ ଏକ ମୃତଦେହ ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମୃତଦେହ ରାଣିବାହାଲ ଗ୍ରାମର ଲକ୍ଷ୍ମଣର ବୋଲି ଚିହ୍ନଟପରେ ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ପରିବାରବର୍ଗ ଙ୍କୁହସ୍ତାନ୍ତର କରଯାଇଛି ।

Comments are closed.