ପୁତୁରାର ଏକାଦଶାହରେ ବୁଡ଼ି ପିଉସା ମୃତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବଲାଣିପଶି ଗ୍ରାମର ଶଶୁର ଘରକୁ ନିଜ ଶିଳା ପୁଅର ଶୁଦ୍ଧି କ୍ରିୟା ରେ ଯୋଗ ଦେବାକୁ ଆସିଥିବା ପୁରୁଣିଆ ଗ୍ରାମର ତନୁରାମ ମହାନ୍ତ(୫୮) ନାମକ ଜଣେ ବ୍ୟକ୍ତି ଆଜି ଜହ୍ନେଇ ନାଳରେ ବୁଡି ପ୍ରାଣ ହରାଇଛନ୍ତି । ଆଜି ମଧ୍ୟାହ୍ନ ରେ ଜହ୍ନେଇ ଧାନକୁ ଗାଧୋଇବାକୁ ଆସିଥିବା ତନୁରାମ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡି ଯାଇଥିଲେ । ଏହା ଜାଣିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେବାରୁ ପାଟଣା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ମୃତକଙ୍କ ଶବକୁ ଉଦ୍ଧାର କରି ପାଟଣା ମେଡିକାଲକୁ ଆଣିଛି । ତୁରୁମୁଙ୍ଗା ପୁଲିସ ପାଟଣାରେ ମୃତକର ଶବ ବ୍ୟବଛେଦ କରାଇବା ସହ ତାଙ୍କ ପରିବାର କୁ ହସ୍ତାନ୍ତର କରିଛି ।

Comments are closed.