ଦ୍ୱିତୀୟ ପତ୍ନୀକୁ ପୋଡି ମାରିଲା ସଉତୁଣୀ

ପାତ୍ରପୁର: ଜରଡା ଥାନା ପଦାଦିଗି ପଞ୍ଚାୟତ କଲୁହା ଗ୍ରାମରେ ସଉତୁଣୀକୁ କିରୋସିନି ଢାଳି ହତ୍ୟା କରିବା ଭଳି ଏକ ଜଘନ୍ୟ ଘଟଣା ଘଟିଛି। ଏନେଇ ମୃତ ମହିଳାଙ୍କ ବାପା ଜରଡ। ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ସବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ମହିଳା ଜଣକ ହେଉଛନ୍ତି କଲୁହା ଗ୍ରାମର ଲଳିତ ପ୍ରଧାନଙ୍କ ଦ୍ୱିତୀୟ ପତ୍ନୀ ସଂଯୁକ୍ତା ପ୍ରଧାନ ବୋଲି ଜଣାପଡ଼ିଛି।

ମୃତ୍ୟୁ ଘଟଣା ଆଜି ସକାଳେ ଜଣାପଡିବା ପରେ ପରେ ସଂଯୁକ୍ତାଙ୍କ ବାପା କେଶବ ବେହେରା ଜରଡ। ଥାନାରେ ତାଙ୍କ ଝିଅକୁ ଗତରାତିରେ ସଉତୁଣୀ ମାଡ ମାରିବା ସହ କିରୋସିନି ଢାଳି ପୋଡି ମାରିଥିବା ନେଇ ଥାନାରେ ଅଭିଯୋଗ ଦେଇଛନ୍ତି। ପୁଲିସ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଲଳିତଙ୍କ ପ୍ରଥମ ପତ୍ନୀ ଥିବା ବେଳେସେ ଅନ୍ୟ ଜାତିରୁ ଆଣି ବିବାହ କରିଥିବାରୁ ଦୁଇ ପତ୍ନୀ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଦେଖା ଦେଉଥିଲା। ଗତ କିଛିଦିନ ତଳେ ଲଳିତ ଗ୍ରାମକୁ ଆସି ପୁଣି କାମ କରିବାକୁ ଅନ୍ୟ ରାଜ୍ୟକୁ ଯାଇ ଥିବା ବେଳେ ଏହିଭଳି ଘଟଣ। ଘଟିଛି। ଗତରାତ୍ର ଏହିଘଟଣା ଘଟିଥିବା ବେଳେ ମୃତ ମହିଳାଙ୍କ ଏକ ଦେଢ଼ ବର୍ଷର ଝିଅ ଥିବା ଜଣା ଯାଇଛି। ପୋଲିସ ସଉତୁଣୀକୁ ଅଟକ ରଖି ତଦନ୍ତ ଚଳାଇଛି।

Comments are closed.