ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଗମରା ଆଦିବାସୀ ସାହିରେ ଶୁକ୍ରବାର ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ନାମ କଟିଆ ମୁର୍ମୁ ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାୟୀ, କେହି ଜଣେ  ବାଡ଼ିରେ ପିଟି ପିଟି କଟିଆଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସ୍ପଷ୍ଟ ଜଣାପଡି ନ ଥିବା ବେଳେ କେହି ଜଣେ କଟିଆଙ୍କୁ ଏକ ବାଡ଼ିରେ  ମାଡ଼ ମାରିବା ସହ ଗାଳି ଦେଉଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।  ତଦନ୍ତ ପରେ ମୃତ୍ୟୁର ପକୃତ କାରଣ ସ୍ପଷ୍ଟ ଜାଣପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

 

Comments are closed.