ବଜ୍ରାଘାତରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ, ଜଣେ ଗୁରୁତର

ବେତନଟୀ : ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକର ବୈଶିଙ୍ଗା ଥାନାର ଡାହିସାହି ଗ୍ରାମର ଜଣେ ମହିଳାଙ୍କର ବୁଧବାର ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଡାହିସାହିଗ୍ରାମର ୨ଜଣ ମହିଳା ବିଲ ବାଛୁଥିବା ସମୟରେ ଅପରାହ୍ନ ପ୍ରାୟ ୪ଟା ସମୟରେ ବଜ୍ରପାତ ହେବା ଫଳରେ ଡାହିସାହିଗ୍ରାମର ଗୌରୀ ସିଂ(୩୦)ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ବୁଧୁନୀ ସିଂ(୩୫) ଗୁରୁତର ହୋଇପଡିଥିଲେ। ଖବରପାଇ ୧୦୮ ଆମ୍ବୁଲାନ୍ସରେ ବେତନଟୀ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ଗୌରୀ ସିଂକୁ ମୃତ ଘୋଷଣା କରିଥିଲେ। ବୁଧୁନୀ ସିଂ ଗୁରୁତର ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ ବାରିପଦ ପିଆରଏମ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଖବର ଲେଖା ହେବା ବେଳକୁ ବୈଶିଙ୍ଗାଥାନାରେ କୌଣସି ଅଭିଯୋଗ ହୋଇନଥିଲା ବୋଲି ଏଏସଆଇ ସୁଶାନ୍ତ କୁମାର ମହାକୁଡ ପ୍ରକାଶ କରିଥିଲେ। ତଥାପି ଗୁରୁବାର ସକାଳୁ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପଠାଯିବ ବୋଲି ପ୍ରକାଶ କରିଥିଲେ।

Comments are closed.