ପୋଖରୀରେ ବୁଡି ୩ ବର୍ଷ ଶିଶୁର ମୃତ୍ୟୁ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ବିରିଡା ପଞ୍ଚାୟତର ରେଙ୍ଗାଳବେଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ତିନି ବର୍ଷର ଶିଶୁ ପୋଖରୀରେ ବୁଡିଯିବାରୁ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ମକୁରୁ ମୁଣ୍ଡାଙ୍କ ପୁଅ ଘର ନିକଟସ୍ଥ ଏକ ପୋଖରୀ ପାହାଚରେ ଖେଳୁଥିବା ସମୟରେ କୌଣସି କାରଣରୁ ପୋଖରୀରେ ଖସି ପଡିଥିଲା। ବହୁ ଚେଷ୍ଟା ପରେ ତାକୁ ଅଚେତ ଅବସ୍ଥାରେ ପୋଖରୀରୁ ବାହାର କରାଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ କିଷାନ ଶିଶୁକୁ ନିକଟସ୍ଥ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.