କାମ କରିବାକୁ ଯାଇ ରାଜ୍ୟ ବହାରେ ଶ୍ରମିକ ମୃତ

ଦେଓଗାଁ : ଦେଓଗାଁ ବ୍ଳକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତର ଜନୈକ ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ ଅନ୍ୱେଷଣ ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୁରସିଂ ଗାଁର ଯୁବ ଶ୍ରମିକ ନନ୍ଦ ସା’ ନୁଆଁଖାଇ ସରିଲା ପରେ ଗୁଜୁରାଟର ରାଜକୋଟ ସହରକୁ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ଗତ ୧୨ ତାରିଖରେ ମୃତ୍ୟୁ ଘଟିଥିଲା। ଶ୍ରମିକର ମୃତ ଦେହକୁ କାରଖାନା ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠାଇ ଦେବାରୁ ରବିବାର ଦିନ ମୃତ ଦେହ ଆସି ଗାଁରେ ପହଞ୍ଚିବା ପରେ ଗାଁ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପରିବାର ବର୍ଗ ଗାଁ ମଶାଣୀରେ ଶବ ଦାହ କରିଥିଲେ। ଘରେ ତାଙ୍କର କେବଳ ଦୁଇଟି ଝିଅ ଥିବାରୁ ଦାଦନ ଯାଇ ମୃତ୍ୟୁ ବରଣ କରିଥିବା ଶ୍ରମିକର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Comments are closed.