ଯୁବତୀର ଗଳାକଟା ମୃତଦେହ ଉଦ୍ଧାର

କେଶଦୁରାପାଳ : କେନ୍ଦୁଝର ଜିଲା ନିମାନ୍ତ ଅଞ୍ଚଳ ମହୁଲଡିହା ଥାନା ଅନ୍ତର୍ଗତ ଝାଟିକିଡିହା କଲୋନୀ ସାହିରେ ଗୁରୁବାର ଅଭାବନୀୟ ଘଟଣା ଘଟିଛ । ଜଣେ ଯୁବତୀ ଘରେ ଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ତାଙ୍କର ଗଳାକାଟି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ମହୁଲଡିହା ଥାନା ଅନ୍ତର୍ଗିତ ଝାଟିକିଡିହା କଲୋନୀ ସାହିର ସୁନିଲ ସିଙ୍କୁଙ୍କ ଝିଅ ସୁନୟନା ଦୁଇ ଦିନ ତଳେ ଢେଙ୍କାନାଳରୁ ଫେରି ନିଜ ଘରଥିଲେ।  ଝିଅ ପାଇଁ  ଡ୍ରେସ କିଣିବା ପାଇଁ ବାପା ସୁନିଲ ନିକଟସ୍ଥ ଠାକୁର ମୁଣ୍ଡା ହାଟକୁ ଯାଇଥିଲେ। ହାଟରୁ ଫେରି ଘରେ ଦେଖନ୍ତିତ ନିଜଝିଅ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖଟ ତଳେ ପଡ଼ିଛି । କେହି ଦୁର୍ବୃତ୍ତ ସୁନୟନାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଛି। ଏହା ଦେଖି ପାରିବାରାଲୋକେ ସଂଙ୍ଗେସଙ୍ଗେ ସୁନୟନାକୁ ଅଟୋ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ହୋଇ ଯିବାରୁ ଶବ ବ୍ୟବଛେଦ ହୋଇପାରି ନ ଥିବା ବେଳେ ମହୁଲ ଡିହା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି ।

 

Comments are closed.