ପୋଖରୀରେ ବୁଡି ବାଳକ ମୃତ 

କେଶଦୁରାପାଳ: ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣ ପୁର ଗ୍ରାମର ପ୍ରମୋଦ କୁମାର ବରାଳଙ୍କ  ପୁଅ  ସରୋଜ ବରାଳ (୧୪) ପୋଖରୀରେ  ବୁଡ଼ି ପ୍ରାଣ ହରାଇଛନ୍ତି   ।  ସ୍ଥାନୀୟ ଲୋକ ସରୋଜକୁ ପୋଖରୀରୁ ଉଦ୍ଧାର କରି ଘର ଲୋକ ଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସଂଗେ ସଂଗେ ସରୋଜ କୁ ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନନ୍ଦପୁର ପୁଲିସ  ଶବକୁ ଜବତ କରିବା ସହିତ ମୃତ ଦେହକୁ  ବ୍ୟବଚ୍ଛେଦ କରି ପାରିବାରକୁ ହସ୍ତାନ୍ତର କରିଛନ୍ତି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Comments are closed.